ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ମୋଦି
ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପୋଲିସ ମହାନିର୍ଦ୍ଦେଶକଙ୍କ ମହାସମ୍ମିଳନୀ। ଏହି ତିନି ଦିନିଆ ସର୍ବଭାରତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ ଯୋଗ ଦେଇଥିବାବେଳେ, ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେଏହି କନଫରେନ୍ସରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏଥିସହ ମୋଦିଙ୍କ ସ୍ବତନ୍ତ୍ର ସଚିବ ପିକେ ମିଶ୍ରଙ୍କ ସହ ପରାମର୍ଶଦାତା ତରୁଣ କପୁର। ମହାସମ୍ମିଳନୀରେ ବି ଯୋଗ ଦେଉଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ।ଦିଲ୍ଲୀ ଦରବାରରେ ସବୁଠୁ ପାୱାରଫୁଲ ଓଡ଼ିଆ ଅଫିସର ପିକେ ମିଶ୍ର। କୁହାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ରଣନୀତିକାରଙ୍କ ମଧ୍ୟରୁ ଅନ୍ୟତମ। ସେହିପରି ସମ୍ମିଳନୀରେ ଯୋଗ ଦେଇଛନ୍ତି ଭାରତୀୟ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକ ତପନ କୁମାର ଡେକା ଏବଂ ପ୍ରମୁଖ ବୈଷୟିକ ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନ- ଏନଟିଆରଓର ଅଧ୍ୟକ୍ଷ ଅରୁଣ କୁମାର ସିହ୍ନା। ସେହିପରି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୂଦ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଂଶ ପାଲଟିଛନ୍ତି ।ନିଜ ଭାଷଣରେ ମୋଦି କହିଛନ୍ତି, ୧୦ ବର୍ଷରେ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ପରିବର୍ତ୍ତନ କରି ଥିଲେ ମଧ୍ୟ ଲୋକଏହାକୁ ବୁଝିଥିଲେ । ଭାଷାକୁ ନେଇ ଗ୍ରାମାଞ୍ଚଳକୁ ନିର୍ବାଚନ ବେଳେ ଯାଇ ଅଭିଭାଷଣ ଦେବା ସମୟରେ ମୋତେ ସଂକୋଚ ଲାଗୁଥିଲା କି ମୁଁ ଓଡିଆ ଜାଣିନି, ହିନ୍ଦୀରେ କହିବି, ଲୋକେ ବୁଝିବେ କି ନାହିଁ । କିନ୍ତୁ ଆପଣଙ୍କ ମତଦାନ ଦର୍ଶାଇଦେଲା, ଭାଷା ନୁହେଁ ଭାବଗତ ସଂଯୋଗ ମଜବୁତ ଥିଲା । ଏଥିସହ ମୋଦି ଆହୁରି କହିଛନ୍ତି, ବିଜେପି ସରକାର ଓଡିଶାର ନେତୃତ୍ବକୁ ଅଧିକ ସଂଖ୍ୟାରେ ଉଜାଗର କରିଛି ।ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୀତିରେ ନୀତିଗତ ପାର୍ଥକ୍ୟ ରହିବା ଜରୁରୀ । କିନ୍ତୁ ଏହାର ଅର୍ଥ ନୁହେଁ ସ୍ୱାର୍ଥ ସାଧନ । ଜନତା ୧୦ ବର୍ଷ ଧରି ବିଜେପିକୁ ସମର୍ଥନ ଦେଉଥିବାରୁ ବିରୋଧୀ ବିଜେପି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି କି ଦେଶ ବିରୋଧୀ ଷଡଯନ୍ତ୍ରରେ ଲିପ୍ତ ହୋଇଛନ୍ତି । ତେଣୁ ଲୋକତନ୍ତ୍ରକୁ ରକ୍ଷା କରିବାକୁ ସମସ୍ତ ଲୋକତନ୍ତ୍ରର ଉପାସକଙ୍କୁ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି । ସତ୍ତା ଲୋଭୀ ମିଛ ପ୍ରଚାର କରୁଥିବା କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ବିକାଶ ପଥରେ ଆଗେଇ ଚାଲିବ ଓଡ଼ିଶା । ଓଡ଼ିଶାକୁ ନୂଆ ଉଦ୍ୟୋଗ ଆସିବାର ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଓଡ଼ିଶା ଯୁବ ସମାଜକୁ ରୋଜଗାର ମିଳିବ । ମହିଳାଙ୍କ ବିକାଶ ପାଇଁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ୧୩ ଆଦିବାସୀ ସମ୍ପ୍ରଦାୟକୁ ଜନଧନ ଯୋଜନାର ଲାଭ ମିଳୁଛି । ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା କଥା ବି କହିଲେ ପ୍ରଧାନମନ୍ତ୍ରୀ । ପ୍ରତି କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ବିକାଶ ହୋଇଛି । ଭୁବନେଶ୍ବର ସଭାରେ ବିରୋଧୀଙ୍କୁ ବି ଟାର୍ଗେଟ କଲେ ମୋଦି । ରାଜନୀତିରେ ନୀତିଗତ ବିରୋଧ ସ୍ବାଭାବିକ । କ୍ଷମତା କାହାର ଜନ୍ମସିଦ୍ଧ ଅଧିକାର ନୁହେଁ ।