ଦିନ ୧ଟା ପରେ ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ୩ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ । ଟ୍ରାଫିକ କଟକଣା ସହିତ ସବୁ ସ୍ଥାନରେ ପହରା ଦେଉଛନ୍ତି ପୋଲିସ । ଏହାରି ଭିତରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛି । ଭୁବନେଶ୍ବରରେ ଆଜି ହାପ ଡେ ସ୍କୁଲ ।

ଅର୍ଥାତ ଦିନ ୧ଟା ପରେ ଭୁବନେଶ୍ବରରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବିଏମସି ଅଞ୍ଚଶର ସମସ୍ତଚ ସ୍କୁଲ ବନ୍ଦ ରହିବ ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଭୁବନେଶ୍ବର ଗସ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ରାଫିକ କଟକଣା ଯୋଗୁଁ ଯାତାୟତରେ ପ୍ରଭାବିତ କାରଣରୁ ଦିନ ୧ଟା ପରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । କହିରଖୁଛୁ କି, ଗୃହମନ୍ତ୍ରୀ ଅମିତ ଶାହ ଅପରାହ୍ନ ୧.୨୫ ମିନିଟରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୪ଟା ୧୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *