ବଦଳି ଯାଇଛି ମୋବାଇଲ ରିଚାର୍ଜ ପ୍ଲାନ

ମହଙ୍ଗା ହୋଇଛି ମୋବାଇଲର ଡାଟା ପ୍ଲାନ । ଜିଓ ଏବଂ ଏୟାରଟେଲ ୟୁଜରଙ୍କ ପାଇଁ ସବୁ ପ୍ଲାନ ମହଙ୍ଗା କରିବା ପରେ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ । ତେଣୁ ୟୁଜର ଏବେ କିଛି ଶସ୍ତା ମୋବାଇଲ ରିଚାର୍ଜ ପ୍ଲାନ ସନ୍ଧାନରେ ରହିଛନ୍ତି । ତେବେ Jioର ସବୁଠାରୁ ଶସ୍ତା ଆନୁଆଲ ରିଚାର୍ଜ ପ୍ଲାନରୁ ୧୬୦୦ ଟଙ୍କା କମ୍ ରହିଛି ଏକ ଶସ୍ତା ପ୍ରିପେଡ ପ୍ଲାନ ।
କିନ୍ତୁ ଏକ ନେଟୱର୍କ କମ୍ପାନୀ Jioର ଏହି ପ୍ଲାନଠାରୁ ଆହୁରି ଶସ୍ତା ପ୍ଲାନ ଅଫର କରିଛି । ଏଥିରେ ଅନଲିମିଟେଡ ଡାଟା ସହ ଆହୁରି ଅନେକ ଫାଇଦା ମିଳିପାରିବ ।ଯଦି ଆପଣ ଗୋଟିଏରୁ ଅଧିକ ସିମ୍ ବ୍ୟବହାର କରୁଛନ୍ତି, ତେବେ ଅନ୍ୟ ନମ୍ବରକୁ BSNLରେ ପୋର୍ଟ କରିପାରିବେ । ଏହାବାଦ ଯଦି ଆପଣ ଶସ୍ତା ପ୍ଲାନରେ ଅନଲିମିଟେଡ ଡାଟା ପାଇବାକୁ ଚାହାଁନ୍ତି, ତେବେ ଏହାର ଦାମ ହେଉଛି ୧୯୯୯ ଟଙ୍କା । ଏହି ପ୍ଲାନ ପୁରା ୩୬୫ ଦିନର ବୈଧତା ସହ ଆସୁଛି ଓ ରିଚାର୍ଜ କରିବା ପରେ ସବୁ ନେଟୱର୍କକୁ ଅନଲିମିଟେଡ କଲିଂ ବି ହୋଇପାରିବ । ଗ୍ରାହକ ଏହାଦ୍ୱାରା ଅନଲିମିଟେଡ ଡାଟା ଆକ୍ସେସ କରିପାରିବେ, ହେଲେ ଏଥିପାଇଁ ମୋଟ ୬୦୦ GB ଲିମିଟ୍ ଲାଗୁ ହୁଏ । ଏହି ପ୍ଲାନରେ ରିଚାର୍ଜ କଲେ ପ୍ରତିଦିନ ୧୦୦ SMS ପଠାଇବା ସହ ୩୦ ଦିନ ପାଇଁ ଫ୍ରି BSNL Tune ମଧ୍ୟ ପାଇପାରିବେ । ଅନ୍ୟାନ୍ୟ ସ୍ପେଶାଲ ବେନିଫିଟସ ବି ଏଥିରେ ସାମିଲ ରହିଛି ।