କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ମଧ୍ୟପ୍ରଦେଶ ଭୋପାଳର ମନ୍ଦୋରା ଗାଁରେ ଥିବା ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଆୟକର ବିଭାଗ। ପୂର୍ବତନ ଆରଟିଓ କନଷ୍ଟେବଳ ସୋରଭ ଶର୍ମା ଏବଂ ତାଙ୍କ ସହଯୋଗୀ ଚନ୍ଦନ ସିଂ ଗୌରଙ୍କ ଘରେ ଲୋକାୟୁକ୍ତ ରେଡ ଲିଙ୍କ୍ ମାମଲାରେ ଆଇଟି ଚଢାଉ କରିଛି।

ଗୁରୁବାର ଲୋକାୟୁକ୍ତ ରେଡ୍ କରି ଅଢେଇ କୋଟିର ନଗଦ ଟଙ୍କା ସହ ସୁନା ଓ ରୁପା ଜବତ କରିଥିଲା। ବର୍ଷେ ପୂର୍ବରୁ ସୌରଭ ଶର୍ମା ପରିବହନ ବିଭାଗରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ। ଏବେ ସେ ରିୟଲି ଷ୍ଟେଟ କାର୍ଯ୍ୟ କରୁଛନ୍ତି। ସୌରଭଙ୍କ ବହୁ ସ୍ଥାନରୋ ପ୍ଲଟ, ହୋଟେଲ, ସ୍କୁଲ ଖୋଲିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ପରେ ପ୍ରଥମେ ଲୋକାୟୁକ୍ତ ପରେ ଆଇଟି ରେଡ କରିଛି। ବାପାଙ୍କ ମୃତ୍ୟୁ ପରେ ତାଙ୍କ ପଦବୀରେ ନିଯୁକ୍ତ ହୋଇଥିଲେ ସୌରଭ ଶର୍ମା।

Leave a Reply

Your email address will not be published. Required fields are marked *