୭୦୦ ଫୁଟ୍ ତଳେ ୩ ବର୍ଷର ଝିଅ, ୪୦ ଘଣ୍ଟା ହେବ ଜୀବନ ସହ କରୁଛି ସଂଘର୍ଷ

ଜୟପୁର: ରାଜସ୍ଥାନର କୋଟପୁଟଲି-ବେହରୋର ଜିଲ୍ଲାରେ ୭୦୦ ଫୁଟ ବୋରୱେଲ୍ ଭିତରକୁ ଖସି ପଡ଼ିଥିବା ଜଣେ ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିବା ପାଇଁ ବୁଧବାର ସକାଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଝିଅର ବାପା କ୍ଷେତରେ କାମ କରୁଥିବା ବେଳେ ଝିଅ ଚେତନା ବୋରୱେଲଭିତରକୁ ଖସି ପଡ଼ିଥିଲା।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସଡିଆରଏଫ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଏବଂ ଅନ୍ୟ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ନଳକୂପର ଓସାର ସଂକୀର୍ଣ୍ଣ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଟିରେ ଆଦ୍ରତା  ଥିବାରୁ ଆଖପାଖରେ ଥିବା ମାଟି ସଂକୁଚିତ ହୋଇଯାଇଛି।

ଅଧିକାରୀମାନେ ପ୍ରଥମେ ୧୦ ଫୁଟର ଲୁହା ରଡରେ ଲାଗିଥିବା ଏକ ହୁକ୍ ସାହାଯ୍ୟରେ ଝିଅଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହା ବିଫଳ ସାବ୍ୟସ୍ତ ହେଲା । ମଙ୍ଗଳବାର ରାତିରେ ହରିୟାଣାରୁ ଅଣାଯାଇଥିବା ଲୁହା ପ୍ଲେଟ୍, ପାଇଲିଂ ମେସିନରେ ନିର୍ମିତ ଏକ ଉପକରଣ ଜରିଆରେ ଝିଅଟିକୁ ବାହାର କରିବାକୁ ଉଦ୍ୟମ କରାଯାଉଛି।

“ଆମେ ପାଇଲିଂ ମେସିନ୍ ସାହାଯ୍ୟରେ ୧୬୦ ଫୁଟ ଗଭୀର ଖୋଳିବୁ। ଆମେ ଏକକାଳୀନ ଦୁଇଟି ପ୍ଲାନ ସହିତ ଉଦ୍ଧାର କାର୍ଯ୍ୟ କରୁଛୁ  । ପ୍ଲାନ୍ ଏ ବୋରୱେଲ୍ ନିକଟରେ ଏକ ଜେସିବି ସହିତ ଏକ ୧୦ ଫୁଟ ଗଭୀର ଗାତ ଖୋଳାଯାଉଛି। ପ୍ଲାନ୍ ବିରେ ଆମେ ପାଇଲିଂ ମେସିନ୍ ସାହାଯ୍ୟରେ ଖୋଳିବା ଆରମ୍ଭ କରିଛୁ। ଏହି ମେସିନ୍ ୧୫୦ ଫୁଟ ପର୍ଯ୍ୟନ୍ତ ଖୋଳିପାରିବ ବୋଲି ଏନଡିଆରଏଫ ପ୍ରଭାରୀ ଯୋଗେଶ ମୀନା କହିଛନ୍ତି।

ନାବାଳିକାକୁ ଅକ୍ସିଜେନ୍ ଯୋଗାଇବା ପାଇଁ ବୋରୱେଲ୍ ଭିତରକୁ ଅକ୍ସିଜେନ୍ ପାଇପ୍ ଅଣାଯାଇଛି। ଘଟଣାସ୍ଥଳରେ ୪ଟି ଆମ୍ବୁଲାନ୍ସ ମଧ୍ୟ ମୁତୟନ ରହିଛି। ୪୦ ଘଣ୍ଟାରୁ ଅଧିକ ସମୟ ହେବ ୭୦୦ ଫୁଟ ଖାଲରେ ଫସିଛି ୩ ବର୍ଷର ଝିଅ ଚେତନା ।

ଏନଡିଆରଏଫ ଅଧିକାରୀ କହିଛନ୍ତି, “ନାବାଳିକାଟି ଖସି ପଡ଼ିବା ପରେ କଣ କରୁଛି ନାହିଁ କ୍ୟାମେରାରେ କଏଦ ହେଉଛି ଏବଂ ଅକ୍ସିଜେନ ଯୋଗାଣ ପାଇଁ ବୋରୱେଲରେ ଏକ ଅକ୍ସିଜେନ ପାଇପ୍ ପକାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ନାବାଳିକା ଜଣକ ପ୍ରଥମେ ୧୫ ଫୁଟ ଗଭୀରତାରେ ବୋରୱେଲଭିତରକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାକୁ ବାହାରକୁ ଆଣିବାକୁ ଚେଷ୍ଟା କରିବାରୁ ସେ ଆହୁରି ତଳକୁ ଖସି ପଡ଼ିଥିଲା। କିଛି ଘଣ୍ଟା ମଧ୍ୟରେ ଜୟପୁରରୁ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶନିବାର ଏହି ନଳକୂପର କାମ ଶେଷ ହୋଇଥିଲା । ଏହାପରେ ଏହାକୁ ବନ୍ଦ କରାନଯାଇ ମୁକୁଳା ରଖାଯାଇଥିଲା।

Leave a Reply

Your email address will not be published. Required fields are marked *