ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

ଭୁବନେଶ୍ୱର: ଗତ ଜାନୁଆରି ୨ ଓ ୩ ତାରିଖ ମଧ୍ୟରାତ୍ରିରେ ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ର ସୀମାନ୍ତ ଅଞ୍ଚଳ ଗଡିଆବନ୍ଧ ଜିଲ୍ଲାରେ ଏସ୍ଓଜି ଟିମ୍, ଛତିଶଗଡ଼ ସ୍ପେଶାଲ ଫୋର୍ସ ଏବଂ ସିଆରପିଏଫର ମିଳିତ ଅପରେସନରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ଅତାଙ୍ଗ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୩ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଜିଲ୍ଲା ଏସପି ନିଖିଲ ଅଶୋକ କୁମାର ରଖେଚା ସୂଚନା ଦେଇଛନ୍ତି।
ଏହି ଅପରେସନ ସମୟରେ ୫ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଛି।