ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ

ଉତ୍ତରପ୍ରଦେଶ ପିଲଭିଟରେ ପୋଲିସକୁ ବଡ ସଫଳତା । ପୋଲିସର ଏନକାଉଣ୍ଟରରେ ଟଳିଲେ ୩ ଖଲିସ୍ଥାନୀ ଆତଙ୍କବାଦୀ । ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ମିଳିତ ଅଭିଯାନ ଜରିଆରେ ଏହି ଏନକାଉଣ୍ଟର କରାଯାଇଛି। ମୃତ ୩ ଆତଙ୍କବାଦୀ ଖଲିସ୍ଥାନୀ କମାଣ୍ଡୋ ଫୋର୍ସର ସଦସ୍ୟ ଗୁରବିନ୍ଦର ସିଂ, ରବି ଓ ଯଶପ୍ରୀତ।

ଏହି ୩ଜଣ ଆତଙ୍କବାଦୀ ପଞ୍ଜାବ ଗୁରୁଦାସପୁରର ଏକ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ଆକ୍ରମଣ କରି ଫେରାର ହୋଇଯାଇଥିଲେ।ଉତ୍ତରପ୍ରଦେଶ ପୋଲିସ ଏବଂ ପଞ୍ଜାବ ପୋଲିସ ମିଳିତ ଅପରେସନ ମାଧ୍ୟମରେ ଏମାନଙ୍କୁ ନିପାତ କରିଛନ୍ତି। ମୃତ ଖଲିସ୍ଥାନୀ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ଦୁଇଟି ପିସ୍ତଲ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *