ଟ୍ରେନରୁ ଖସିପଡି ୨ମହିଳାଙ୍କ ମୃତ୍ୟୁ

ଟ୍ରେନ୍ରୁ ଖସିପଡ଼ି ଚାଲିଗଲା ୨ ଜଣ ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ସୁରୋଳ ରେଳ ଷ୍ଟେସନ ନିକଟ ଟ୍ରାକ ନିକଟରରେ । ଦୁଇ ମୃତକ ହେଲେ ଚିକିଟି ପୀତାତଳି ଜଗନ୍ନାଥପୁର ଗାଁର ପ୍ରତିମା ଗୌଡ଼ ଓ ଝୁନୁ ଗୌଡ଼ । ପାଚିକା ସଂଘର ୧୦ ଜଣ ସଦସ୍ୟ ରାଲିରେ ଯୋଗଦେବା ପାଇଁ ଭୁବନେଶ୍ବର ଆସୁଥିଲେ । ସୁରୋଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଅସାବଧାନତା ଯୋଗୁଁ ଖସିପଡିଥିଲେ ।ଯେଉଁଥିରେ ଉଭୟ ମହିଳାଙ୍କ ମୃତ୍ୟୁ ହୋଇଛି । ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ୟ୍ୟ କରୁଥିଲେ । ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି। ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି । ଏ ଘଟଣା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି ।