ନୂଆବର୍ଷ ପୂର୍ବରୁ ଅଘଟଣ, ଧାର୍ମିକ ସମାବେଶରେ ୨ ଜଣଙ୍କ ମୃତ୍ୟୁ

ପୁରୀ: ଶ୍ରୀକ୍ଷେତ୍ରରେ ଅଘଟଣ । ପୁରୀ ସହରରେ ଏକ ଧାର୍ମିକ ସମାବେଶରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ନୂଆବର୍ଷରେ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ବଡ଼ ପ୍ରସ୍ତୁତି କରୁଛି । ଏହି ସମୟରେ ଏକ ଧାର୍ମିକ ସମାବେଶରେ ଦୁଇ ଜଣଙ୍କ ଜୀବନ  ଯାଇଛି । ପବିତ୍ର ସହରରେ ନିଗମାନନ୍ଦଙ୍କ ସଭାରେ ଏହି ଘଟଣା ଘଟିଛି। ସମାବେଶରେ ଦୁଇ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଶ୍ରଦ୍ଧାଳୁ ପହଁଚିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଉଭୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଏହି ଧାର୍ମିକ ସମାବେଶରେ ଶତାଧିକ ଲୋକ ଯୋଗ ଦେଇଥିଲେ। ବୈଠକରେ ପ୍ରବଳ ଭିଡ଼ ଯୋଗୁଁ ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ରେ ସମସ୍ୟା ସୃଷ୍ଟି ହୋଇଥାଇପାରେ ବୋଲି ଏକ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *