ଇଏସ୍‌ଆଇସି ସହ ୧୯ ଘରୋଇ ହସ୍ପିଟାଲ ଅନୁବନ୍ଧିତ: ସୁପରସ୍ପେସିଆଲିଟି ଚିକିତ୍ସ ପାଇବେ ବୀମାଭୁକ୍ତ ଶ୍ରମିକ

ରାଉରକେଲା:  ଆପଣଙ୍କର ଇଏସଆଇ କାର୍ଡ ଅଛି କି? ଏହା ସତ୍ତ୍ୱେ ବି ଆପଣ ଇଏସଆଇ ହସ୍ପିଟାଲରେ ଚିକିତ୍ସା ପାଇବା ପାଇଁ ଧାଁ ଦଉଡ କରିବାକୁ ପଡୁଛି କି? ଇଏସଆଇ ହସ୍ପିଟାଲରେ କେବେ ଚିକିତ୍ସା ସୁବିଧା ମିଳିବ, କେବେ ଅପରେସନ ହେବ, ଗୁରୁତର ଅବସ୍ଥାରେ କେମିତି ଇଏସଆଇ ହସ୍ପିଟାଲରେ ଚିକିତ୍ସା କରିବେ ସେନେଇ ଦ୍ଵନ୍ଦରେ ପଡିଯାଇଛନ୍ତି କି? ଯଦି ହଁ ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ | କାରଣ ଇଏସଆଇ କାର୍ଡ ଥିବା ଲୋକଙ୍କ ପାଇଁ ଖୁସି ଖବର ଆଣିଛି ଇଏସଆଇ|19

ଇଏସ୍ଆଇ ମଡେଲ ହସ୍ପିଟାଲରେ ଚିକିତ୍ସିତ ଗୁରୁତର ରୋଗୀଙ୍କୁ ଘରୋଇ ସୁପରସ୍ପେସିଆଲିଟି ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା। ଚିକିତ୍ସା ଖର୍ଚ୍ଚ ବହନ କରିବ ଇଏସ୍ଆଇସି। ରାଜ୍ୟର ପ୍ରମୁଖ ୧୯ଟି ସୁପରସ୍ପେସିଆଲିଟି ହସ୍ପିଟାଲ ଇଏସ୍ଆଇ ମଡେଲ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ହସ୍ପିଟାଲଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ବର ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, କଟକ ତେଲେଙ୍ଗାପୀଠର ପଣ୍ଡା କ୍ୟାନ୍‌ସର ହସ୍ପିଟାଲ, କଟକର ଶାନ୍ତି ମେମୋରିଆଲ ହସ୍ପିଟାଲ, ଭୁବନେଶ୍ବରର ନୀଳାଚଳ ହସ୍ପିଟାଲ, ସ୍ପର୍ଶ ହସ୍ପିଟାଲ, ବ୍ଲୁ ହୁଇଲ ହସ୍ପିଟାଲ, ଡକ୍ଟର ଅଗ୍ରୱାଲ ଆଇ ହସ୍ପିଟାଲ, କର ଭିଜନ୍‌ ଆଇ ହସ୍ପିଟାଲ, ଯାଜପୁରର ମେଡ଼ିକା ଟି.ଏସ୍. ହସ୍ପିଟାଲ, ଭୁବନେଶ୍ବରର ଏଏସ୍‌ଜି ଆଇ ହସ୍ପିଟାଲ, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ, ସନ୍‌ସାଇନ୍‌ ହସ୍ପିଟାଲ, ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର, କଟକର ବାରବାଟି ଡାଇଗ୍ନୋଷ୍ଟିକ୍‌ , ଭୁବନେଶ୍ବରର ଥେରୋକେୟାର ଟେକ୍ନୋଲୋଜି। ସନ୍‌ସାଇନ୍‌, ଜୟପ୍ରକାଶ, ବାରବାଟି ଡାଇଗ୍ନୋଷ୍ଟିକ୍‌, ଥେରୋକେୟାର ଟେକ୍ନୋଲୋଜି ଆସନ୍ତା ୨୦୨୭ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଇଏସ୍ଆଇ ମଡେଲ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ଅର୍ଥାତ୍‌ ୨୦୨୭ ଜୁଲାଇ ପର୍ଯ୍ୟନ୍ତ ବୀମାଭୁକ୍ତ ଶ୍ରମିକମାନେ ମାଗଣାରେ ଚିକିତ୍ସା ସୁବିଧା ପାଇବେ।

Leave a Reply

Your email address will not be published. Required fields are marked *