୨୦୨୭ରେ ଓଡ଼ିଶାରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ
ଭୁବନେଶ୍ବର ଏମ୍ପି ଅପରାଜିତା ଷଡ଼ଙ୍ଗୀ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ସମୀକ୍ଷା ପରେ ଅପରାଜିତା ଏହି ସୂଚନା ଦେଇଛନ୍ତି।

ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ଅପରାଜିତା କହିଛନ୍ତି।ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ ପ୍ରତ୍ୟେକ ଟ୍ରେନରେ ୩ଟି କୋଚ ରହବ। ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ବୋଲି ଅପରାଜିତା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।