୧୨ଟି ମରହଟ୍ଟା ଦୁର୍ଗ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ଘୋଷିତ
ଭୁବନେଶ୍ଵର: ଭାରତ ପାଇଁ ଆସିଲା ଖୁସିର ଖବର! ୟୁନେସ୍କୋ ମହାରାଷ୍ଟ୍ରର ୧୧ଟି ଓ ତାମିଲନାଡ଼ୁର ୧ଟିକୁ ମିଶାଇ ୧୨ଟି ମରହଟ୍ଟା ଦୁର୍ଗକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ସଲହେର, ଶିବନେରୀ, ଖାନ୍ଦେରୀ, ପ୍ରତାପଗଢ଼, ବିଜୟଦୁର୍ଗ ଓ ରାଇଗଡ ସହିତ ଅନ୍ୟାନ୍ୟ ଦୁର୍ଗଗୁଡ଼ିକ ଛତ୍ରପତି ଶିବାଜୀ ମହାରାଜଙ୍କ ସାହସ, ରଣନୀତି ଓ ଦୂରଦୃଷ୍ଟିର ଜୀବନ୍ତ ଦୃଷ୍ଟାନ୍ତ ଭାବରେ ଅବସ୍ଥିତ। ଏହି ଦୁର୍ଗଗୁଡ଼ିକ ବର୍ତ୍ତମାନ ବିଶ୍ୱ ମଞ୍ଚରେ ଭାରତର ଐତିହାସିକ ଓ ସଂସ୍କୃତିକ ଗୌରବକୁ ପ୍ରତିନିଧିତ୍ୱ କରିବେ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ଏହି ଐତିହାସିକ ସ୍ଥଳଗୁଡିକୁ ଭ୍ରମଣ କରି ଇତିହାସ, ଭୂମି, ଓ ସଂସ୍କୃତି ବିଷୟରେ ଅଧିକ ଜାଣିବେ ଓ ଗର୍ବ ଅନୁଭବ କରିବେ। ୧୨ଟି ଦୁର୍ଗର ବିଶ୍ୱ ଐତିହ୍ୟ ତାଲିକାରେ ଭାରତକୁ ବିଶ୍ୱ ମଞ୍ଚରେ ଐତିହାସିକ ଗୌରବ ଓ ପର୍ଯ୍ୟଟନର ଏକ ନୂଆ ଅବସର ପ୍ରଦାନ କରିଛି। ଏହି ମାନ୍ୟତା ମାଧ୍ୟମରେ ଏହି ସ୍ଥଳଗୁଡ଼ିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସହଯୋଗ ମିଳିପାରିବ।
ଏହି ମାନ୍ୟତା ଦ୍ୱାରା ଏହି ଦୁର୍ଗଗୁଡିକ ଆନ୍ତର୍ଜାତୀୟ ଭ୍ରମଣକାରୀଙ୍କ ଆକର୍ଷଣ କେନ୍ଦ୍ର ହେବା ସହିତ, ସ୍ଥାନୀୟ ଅର୍ଥନୀତି, ହସ୍ତଶିଳ୍ପ, ଓ ପର୍ଯ୍ୟଟନ ବୃଦ୍ଧି ପାଇବ। ଏହି ସ୍ଥଳଗୁଡିକ ଶିକ୍ଷା, ଗବେଷଣା, ଓ ଐତିହାସିକ ବିଶ୍ଳେଷଣ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ହେବ। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନେ ଏହି ସ୍ଥଳଗୁଡିକୁ ଦେଖିବାକୁ ଯାଆନ୍ତୁ, ଏବଂ ଭାରତର ଐତିହାସିକ ଗୌରବକୁ ଅନୁଭବ କରନ୍ତୁ।
