ହୃଦଘାତ କାହିଁକି ହୁଏ

ସାଧାରଣ ଭାବେ ଶୀତଦିନ ଆମର ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । ଥଣ୍ଡାର ଆଗମନ କାରଣରୁ ବାୟୁମଣ୍ଡଳର ତାପମାତ୍ରା ହ୍ରାସ ପାଇବା ଫଳରେ ଆମର ହୃଦପିଣ୍ଡ ଓ ରକ୍ତ ସଞ୍ଚାଳନର ନଳୀ ଉପରେ ପ୍ରଭାବ ପଡ଼ିଥାଏ ।

ଫଳରେ ଆମର ଚର୍ମ, ଚର୍ମ ତଳ ରକ୍ତ ଜାଲିକାଗୁଡ଼ିକ କମ୍ ତାପମାତ୍ରା ସଂସ୍ପର୍ଶରେ ଆସିବା ଫଳରେ ସେଗୁଡ଼ିକ ସଙ୍କୁଚିତ ହୋଇଯାଇଥାଏ ।ଏହି ରକ୍ତ ଜାଲିକାଗୁଡ଼ିକ ଆମର ଧମନୀ ଓ ଶିରାର ଅଂଶବିଶେଷ ହୋଇଥିବା ବେଳେ ଧମନୀ ହୃତପିଣ୍ଡରୁ ବିଶୁଦ୍ଧ ରକ୍ତ ବହନ କରିଥାଏ ଓ ଶିରା ସମଗ୍ର ଶରୀରରୁ ଅଶୁସ୍ଥ ରକ୍ତକୁ ହୃତପିଣ୍ଡକୁ ଫେରାଇ ଆଣିଥାଏ । ତେବେ ଶୀତ ପ୍ରଭାବରେ ଶରୀରର ବିଭିନ୍ନ ଧମନୀ ସଙ୍କୁଚିତ ହୋଇଯିବା ଫଳରେ ଶରୀରର ରକ୍ତଚାପ ବଢ଼ିଯାଏ । ଏଭଳି ସ୍ଥିତିରେ ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ କ୍ଷେତ୍ରରେ ରକ୍ତଚାପ ବୃଦ୍ଧି ପାଇଥାଏ । ଫଳରେ ହୃଦପେଶୀର ଅକ୍ସିଜେନ ଚାହିଦା ବଢ଼ିଯାଇଥାଏ । ଥଣ୍ଡା ସମୟରେ ବ୍ଲଡ ପ୍ରେସର ରୋଗୀଙ୍କ ପ୍ରେସର ବୃଦ୍ଧି ପାଇବା ସହିତ ଔଷଧର ମାତ୍ରା ମଧ୍ୟ ବଢ଼ିଯାଇଥାଏ ।

ଯେଉଁ ରୋଗୀଙ୍କର ହୃଦରୋଗ ଅଛି ସେମାନଙ୍କର ଠାରେ ହାର୍ଟ ଆଟାକ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଶୀତୁଆ ରାତିରେ ବା ଭୋର ସମୟରେ ଯେତେବେଳେ ବାୟୁମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ରହିଥାଏ ସେହି ସମୟରେ ହିଁ ହାର୍ଟ ଆଟାକ୍ ପ୍ରବଣତା ସବୁଠାରୁ ଅଧିକ ରହିଥାଏ । ରାତି ଓ ଭୋର ସମୟରେ ଶରୀରରେ ରକ୍ତର ଘନତ୍ୱ ବଢ଼ିଯିବା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବୃଦ୍ଧି ପାଇଥାଏ । ଶୀତଦିନେ କୌଣସି ଶାରୀରିକ ପରିଶ୍ରମ ବା ମାନସିକ ଚାପ ପରେ ହୃତପିଣ୍ଡରେ ଅକ୍ସିଜେନର ଚାହିଦା ବଢ଼ିଯାଇଥାଏ । ଫଳରେ କରୋନାରୀ ଧମନୀ ସଙ୍କୁଚିତ ଅବସ୍ଥାରେ ରହି ହାର୍ଟ ଆଟାକ୍ ଆଶଙ୍କା ବଢ଼ିଯାଇଥାଏ ।ତେବେ ଶୀତକାଳୀନ ହୃଦରୋଗକୁ ଏଡ଼ାଇବା ପାଇଁ ଗରମ ପୋଷାକପତ୍ର ବ୍ୟବହାର କରିବା, ଶରୀରକୁ ଉଷୁମ ରଖିବା, ନିୟମିତ ରକ୍ତଚାପ ପରୀକ୍ଷା କରାଇବା, ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ମେଡିସିନ ଖାଇବା, ଘରେ ଏସି ଥିରେ ତା’ର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଶୀତଦିନେ ବିଭିନ୍ନ ବିବାହ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଫ୍ୟାଟ ଓ କ୍ୟାଲୋରୀଯୁକ୍ତ କ୍ଷତିକାରକ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସବୁ ଲୋଭନୀୟ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ । 

Leave a Reply

Your email address will not be published. Required fields are marked *