ହସ୍ପିଟାଲରେ ଶିନ୍ଦେ

ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବୈଠକ କରିଛନ୍ତି। ମହୁୟୁତିର ନେତାମାନେ ଆଜାଦ ମଇଦାନକୁ ମଧ୍ୟ ଯାଞ୍ଚ କରିଥିଲେ। ଏହି ସମୟରେ ଶିବସେନା, ଭାଜପା ଏବଂ ଏନସିପି ନେତାମାନେ ଉପସ୍ଥିତ ଥିଲେ।

ସମସ୍ତ ତିନୋଟି ଦଳ ଏକତା ଦେଖାଇବାକୁ ଚେଷ୍ଟା କରିଥିଲେ।ଅନ୍ୟପକ୍ଷରେ ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଏଠାରେ ସେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ବିଷୟରେ ଆଲୋଚନା କରିବେ। ୧୧ ଜଣ ଏନସିପି ନେତା ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି।ଡିସେମ୍ବର ୫ରେ ନୂତନ ସରକାରଙ୍କ ଶପଥ ଗ୍ରହଣ କରାଯିବ। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା, ଭାଜପା ଏବଂ ଅଜିତ ପାୱାରଙ୍କ ଏନସିପି ୨୩୦ଟି ଆସନ ଜିତିଛି। ଭାରତୀୟ ଜନତା ପାର୍ଟି (ଭାଜପା) ୧୩୨ଟି ଆସନ ସହ ସର୍ବ ବୃହତ ଦଳ ଭାବେ ଉଭା ହୋଇଥିବାବେଳେ ଶିବସେନା ୫୭ଟି ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ୪୧ଟି ଆସନ ପାଇଛି।

Leave a Reply

Your email address will not be published. Required fields are marked *