ସୁଭଦ୍ରା ଯୋଜନାରେ ପରିବର୍ତ୍ତନ
ମହିଳା ସଶକ୍ତିକରଣ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବାକୁ ସରକାର ମହିଳାଙ୍କ ପାଇଁ ସ୍କିମ ଆଣୁଛନ୍ତି । ଓଡିଶାରେ ମଧ୍ୟ ସୁଭଦ୍ର ଯୋଜନା କାମ କରିବା ଆରମ୍ଭ କରିଛି । ଏହି ଯୋଜନା ଅନ୍ତର୍ଗତ ମହିଳାଙ୍କୁ ବର୍ଷିକ ୧୦ ହଜାର ଟଙ୍କା ଦିଆଯିବ ।

ତେବେ ଓଡିଶାରେ କେଉଁ ମହିଳା ଏହି ଯୋଜନାର ସୁଫଳ ପାଇବେ, ଏଥିପାଇଁ କଣ ରହିଛି ଆବଶ୍ୟକତା ତାହା ଜାଣିବା ଆବଶ୍ୟକ ।ଯେଉଁ ମହିଳାମାନେ ଓଡିଶାରେ ରହୁଥିବେ, ସେମାନେ ଏହି ଯୋଜନାର ସୁଫଳ ପାଇପାରିବେ । ଏଥିଲାଗି ମହିଳାଙ୍କ ବୟସ ୨୧ରୁ ୬୦ ବର୍ଷ ହୋଇଥିବା ଦରକାର । ଏଥିସହ ଯେଉଁ ପରିବାରର ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କାରୁ କମ ହୋଇଥିବ । ସେହିପରି ଯେଉଁ ମହିଳାଙ୍କ ପରିବାରର କୌଣସି ସଦସ୍ୟ ଆୟକର ପଇଠ କରୁଥିଲେ, ସେ ସୁଭଦ୍ର ଯୋଜନା ପାଇଁ ଅଯୋଗ୍ୟ ହେବେ ।