ସାରାଦେଶ ଦେଖିବ ନୌସେନାର ପରାକ୍ରମ
ପ୍ରତିବର୍ଷ ଡିସେମ୍ବର ୪ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । ଯେଉଁଥିରେ ନୌସେନା ଯବାନ ନିଜ ପରାକ୍ରମ ଜନସାଧାରଣଙ୍କୁ ଦେଖେଇବାର ସୁଯୋଗ ପାଆନ୍ତି ।୧୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଯୁଦ୍ଧରେ ଶତ୍ରୁ ରାଷ୍ଟ୍ରକୁ ମାତ୍ ଦେବା ଲାଗି ଅପରେଶନ୍ ଟ୍ରାଇଡେଣ୍ଟ କରାଯାଇଥିଲା । ଯେଉଁଥିରେ ବୀର ଯବାନମାନେ ପାକିସ୍ତାନ ମୁଖ୍ୟ ପୋର୍ଟ ସିଟି କରାଚୀ ଉପରେ ଆକ୍ରମଣ କରିଥିଲେ । ଯାହା ସଫଳ ମଧ୍ୟ ହୋଇଥିଲା । ଯବାନଙ୍କ ଏ ପ୍ରକାର ବିରାଟ ଉପଲବ୍ଧିକୁ ସ୍ମରଣ କରିବା ପାଇଁ ନୌସେନା ଦିବସ ପାଳନ କରାଯାଉଛି । ଚଳିତବର୍ଷ ନୈସେନା ଦିବସ ଓଡ଼ିଶାର ପୁରୀରେ ପାଳନ କରାଯିବ ।
ନୌସେନା ଦିବସ ଅବସରରେ ପୁରୀ ସମୁଦ୍ର ଅକାତ ଜଳରାଶିରେ ନୌବୀରମାନେ ଅପରେଶନ୍ କୌଶଳ ଦେଖାଇବେ ।
୧୫ଟି ଯୁଦ୍ଧତୋପ, ୪୦ ଏୟାରକ୍ରାଫ୍ଟ ଏହି ଯୁଦ୍ଧ କୌଶଳ ପ୍ରଦନର୍ଶନ କରିବେ । ନୌସେନାର ଏହି ପରାକ୍ରମକୁ ଦେଖିବାକୁ ୩ ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଛନ୍ତି । ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି । ରାଜ୍ୟ ସରକାର ଓ ଭାରତୀୟ ନୈସେନା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯୁଦ୍ଧ ଜାହାଜ ସାଙ୍ଗକୁ ନୌସେନାର ୧୫ଟି ଜାହାଜ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାଛଡ଼ା ଆଇଏନଏସ୍ ଜଲସା, ଟ୍ୟାଙ୍କର ଆଇଏନଏସ୍ ଶକ୍ତି, ମିଶାଇଲ ଡେଷ୍ଟ୍ରୟର ଆଇଏନଏସ ରଣବୀର, ଆଇଏନଏସ୍ ସାତପୁରା ନିଜର ପରାକ୍ରମ ଦେଖାଇବ । ଭାରତୀୟ ନୌସେନା ଜାହାଜ, ବୁଡ଼ାଜାହାଜ, ଏୟାରକ୍ରାଫ୍ଟ, ହେଲିକପ୍ଟର, ସ୍ପେସିଆଲ ଫୋର୍ସ ମଧ୍ୟ ନିଜର ରଣ କୌଶଳ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।