ସାବଧାନ!ଆଖି ସମସ୍ୟା ହେଉଛି କି?
ଶରୀରରେ କିଛି ବି ଅସୁବିଧା ହେଲେ ଚଳିବ ହେଲେ ଯଦି ଆମ ଆଖିରେ କିଛି ଅସୁବିଧା ହେବ ତାହାଲେ କଥା ସରିଲା । କାହିଁକି ନା କଥାରେ ଅଛି ଆଖି ନାହିଁ ତ କିଛି ନାହିଁ । ଆଖିରେ ଆମେ ସବୁ କିଛି ଦେଖିଥାନ୍ତି । ଭଲ, ମନ୍ଦ ଆମେ ଜାଣିପାରନ୍ତି ।ଯଦି ଆମକୁ କେହି ଖରାପ ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି, ତାହାକୁ ଆମେ ଏକ୍ସପାୟାର ଚେକ୍ କରି ଖାଇଥାନ୍ତି ।

ଯଦି ଏଭଳି ପରିସ୍ଥିତିରେ ଆମର ଆଖି ଖରାପ ହୁଏ ତେବେ ଆମେ କ’ଣ କରିବା । ଗୋଟିଏ ମଣିଷର ଆଖି କାହିଁକି ଖରାପ ହୁଏ?ସାଧାରଣ ଭାବରେ ଆପଣ ଜାଣିଥିବେ ଯେ ଅଧିକ ସମୟ ଫୋନ, ଲାପଟପ୍ ବ୍ୟବହାର କଲେ ଆମର ଆଖି ଖରାପ ହୋଇଥାଏ । ଏହାସହ ଘରେ ମା’ମାନେ ବି କହିଥାନ୍ତି ଯେ ଫୋନକୁ ଅଳ୍ପ ସମୟ ବ୍ୟବହାର କର ନହେଲେ ଆଖି ଖରାପ ହେବ । ସେ ସବୁ କଥାକୁ ଖାତିରି ନକରି ପିଲାମାନେ ମୋବାଇଲ୍ ବ୍ୟବହାର କରିଥାନ୍ତି । ଯାହା ଫଳରେ ଅନେକ ସମସ୍ୟାରେ ପୀଡିତ ହୁଅନ୍ତି ।ଛୋଟ ଛୁଆଠାରୁ ଆରମ୍ଭ କରି ବଡ ଲୋକମାନେ ମଧ୍ୟ ଫୋନ, ଲାପଟପ୍ ବ୍ୟବହାର କରି ନିଜର ଆଖିକୁ ଖରାପ କରିଥାନ୍ତି । ଯାହା ଫଳରେ ଅନେକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଥାଏ ।
୧.ପୁଷ୍ଟିକର ଖାଦ୍ୟକୁ ଗ୍ରହଣ କରନ୍ତୁ :-ଆଖିକୁ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡିବ ଯେଉଁଥିରେ ଭିଟାମିନ୍ ‘ଏ’ ଏବଂ ଓମେଗା-୩ ଫ୍ୟାଟି ଏସିଡିର ଭରପୂର ମାତ୍ରାରେ ରହିଥାଏ । ଆପଣ କେଲ୍, ପାଳଙ୍ଗ,ବ୍ରୋକୋଲି, ଶୋରିଷ ଶାଗ, ଫ୍ୟାଟି ମାଛ, ଚୁନା ମାଛ ଇତ୍ୟାଦିକୁ ଖାଇବା ନିହାତି ଆବଶ୍ୟକ । ଏହାକୁ ଯଦି ଆପଣ ନିୟମିତ ଭାବରେ ଖାଇବେ ତାହେଲ ଆପଣ ଆଖି ସମସ୍ୟାରୁ ମୁକ୍ତି ବହୁତ ଶୀଘ୍ର ପାଇପାରିବେ ।
୨. ୨୦-୨୦ ଫମୁର୍ଲା ଗ୍ରହଣ କରନ୍ତୁ :- ଆପଣଙ୍କ କାମ ଯେତେ ବି ଜରୁରୀ ହୋଇଥାଉ ନା କାହିଁକି ଆପଣଙ୍କ ଆଖିକୁ ରେଷ୍ଟ ଦେବା ପାଇଁ ୨୦-୨୦ ଫମୁର୍ଲା ଗ୍ରହଣ କରନ୍ତୁ । ୨୦-୨୦ ଫମୁର୍ଲାର ଅର୍ଥ ହେଉଛି, ସ୍କ୍ରିନରେ ୨୦ ମିନିଟ କାମ କରିବା ପରେ ୨୦ ସେକେଣ୍ଡ ପାଇଁ ଆପଣଙ୍କ ଆଖିକୁ ରେଷ୍ଟ ଦିଅନ୍ତୁ । ଏହାଛଡା ସ୍କ୍ରିନରୁ ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଚାହିଁ ପାରିବେ ।
୩. ସ୍କ୍ରିନଠାରୁ କିଛି ଦୂରତା ବଜାୟ ରଖନ୍ତୁ :-ଯେତେବେଳେ ଆପଣ ଲାପଟପରେ କାମ କରୁଛନ୍ତି, ସେତେବେଳେ ଆପଣ ସ୍କ୍ରିନଠାରୁ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖନ୍ତୁ । କାରଣ ଲାପଟପକୁ ଅତି ନିକଟରୁ ଦେଖିବା ତାହା ଆଖି ଉପରେ ଚାପ ପକାଇଥାଏ । ଏହାସହ ଆଖିରେ ବହୁତ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଯେପରି ଆଖି ବନ୍ଧିବା, ଆଖି ଲାଲ ପଡିବା ଏବଂ ଆଖିରୁ ଲୁହ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ ।
୪. ସ୍କ୍ରିନର ବ୍ରାଇଟନେସକୁ କମ୍ ରଖନ୍ତୁ :- ଆପଣ ଯେତେବେଳେ ଲାପଟପ୍ କିମ୍ବା ଫୋନ ବ୍ୟବହାର କରୁଛନ୍ତି ସେହି ସମୟରେ ଆପଣ ତାହାର ବ୍ରାଇଟନେସକୁ କମ୍ କରି ଦିଅନ୍ତୁ । ନଚେତ୍ ଆପଣଙ୍କ ଆଖି ସମସ୍ୟା ଆହୁରି ବଢ଼ିପାରେ ।