ସନ୍ନ୍ୟାସ ନେବେ ବିକ୍ରାନ୍ତ

ବଲିଉଡ୍‌ ଅଭିନେତା ବିକ୍ରାନ୍ତ ମେସି ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ । ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ଚରିତ୍ର ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା। ଫିଲ୍ମକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ବିକ୍ରାନ୍ତ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ପ୍ରଶଂସକଙ୍କ ଆଖିରେ ଲୁହ ଆଣି ଦେଇଛି।

ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଲେଖି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଛନ୍ତି।୨୦୦୪ରେ ଟେଲି ପରଦାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ବିକ୍ରାନ୍ତ। ଏବେ ସେ ଅଭିନେତା ନିଜର ପୋଷ୍ଟରେ ଲେଖିଛନ୍ତି, ଗତ କିଛି ବର୍ଷ ସ୍ମରଣୀୟ ଥିଲା। ଆପଣ ସମସ୍ତଙ୍କର ସମର୍ଥନ ଲାଗି ଧନ୍ୟବାଦ। ହେଲେ ଯେମିତି ମୁଁ ଆଗକୁ ବଢ଼ୁଛି, ମୋତେ ଜଣେ ସ୍ବାମୀ, ବାପା, ପୁଅ ଏବଂ ଅଭିନେତା ଭାବେ ଏହା ହେଉଛି ଠିକ୍‌ ସମୟ ପୁଣି ଥରେ ଘରକୁ ଫେରିଯିବାର ବୋଲି ମନେ ହେଉଛି। 

Leave a Reply

Your email address will not be published. Required fields are marked *