ସଂଗୀତ ଛାଡ଼ିବେ ଏ.ଆର ରହମାନ

ସମସ୍ତଙ୍କ ପ୍ରିୟ ତଥା ଓସ୍କାର ୱିନର ଗାୟକ ଏ.ଆର ରହମାନ ସଂଗୀତ ଦୁନିଆକୁ ବାଏ ବାଏ କହିବାକୁ ଯାଉଛନ୍ତି । ୨୯ ର୍ବେର ପ୍ରେମରେ ବିରାମ ଲାଗିବା ପରେ ଏବେ ସଂଗୀତ ଜଗତରୁ ମଧ୍ୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଉଛନ୍ତି ଏ.ଆର ରହମାନ । ନିକଟରେ ପତ୍ନୀ ସାୟରା ବାନୋଙ୍କୁ ଛାଡ଼ପତ୍ର ଦେଇ ନୂଆ ଜୀବନ ଆରମ୍ଭ କରୁଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି କୋଟି କୋଟି ସଂଗୀତପ୍ରେମୀଙ୍କୁ ଏକ ବଡ଼ଝଟକା ଦେଇଛି ।

ଭାରତ ସହିତ ଭାରତ ବାହାରେ ମଧ୍ୟ ତାଙ୍କ ସଂଗୀତର ଦିୱାନାଙ୍କ ଲିଷ୍ଟ ଖୁବ ଅଦିକ ରହିଛି । ତେଣୁ ଏ.ଆର ରହମାନଙ୍କୁ ନେଇ ଏହି ଖବର ସମସ୍ତଙ୍କୁ ବିବ୍ରତ କରିଦେଇଛି ।ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଗୀତ ଭେଟି ଦେଇଛନ୍ତି ଏ.ଆର ରହମାନ । ଦେଶ-ବିଦେଶରେ ତାଙ୍କ ଗୀତର ଦିୱାନା ଭରି ରହିଛନ୍ତି । ୨୯ ବର୍ଷ ପରେ ବିବାହ ବିଚ୍ଛେଦକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ଖବର ଆସିଛି । ଏ.ଆର ରହମାନ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବା ମାମଲାରେ ସ୍ପଷ୍ଟ ସୂଚନା ଦେଇଛନ୍ତି ଝିଅ ଖତୀଜା । ଏ.ଆର ରହମାନ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ବ୍ରେକ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଖତୀଜା ଏହି ଅଟକଳ ଭିତ୍ତୀହୀନ ବୋଲି କହି ଚର୍ଚ୍ଚା-ଆଲୋଚନା ଉପରେ ବିରାମ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *