ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ
ତିନି ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦିପାବଳୀ ଉତ୍ସବ । ସତ୍ୟ, ଦ୍ୱାପର ଓ ତ୍ରେତୟା ଯୁଗର ପିତୃପୁରୁଷଙ୍କୁ ଠାକୁରେ ଶ୍ରାଦ୍ଧ ଦେବେ । ଏହି ଅବସରରେ ଦୀପ ମାଳାରେ ସୁଶୋଭିତ ହେବ ଶ୍ରୀମନ୍ଦିର । ଦେବ ଦୀପାବଳି ଉତ୍ସବ ଦିବସ ସନ୍ଧ୍ୟାରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ ।

ତିନି ଠାକୁର ଶୁଭ୍ରବସ୍ତ୍ର ପରିଧାନ କରିଥିବେ । ଠାକୁରମାନଙ୍କୁ ବହୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ । ଏହି ଅବସରରେ ପିତୃପୁରୁଷଙ୍କ ପାଇଁ ପିଣ୍ଡ ଓ ଦୀପ ଦାନ କରିବେ ଠାକୁରେ । ଶ୍ରାଦ୍ଧ ନୀତି ବଢିବା ପରେ ମନ୍ଦିର ଚୂଡାକୁ ଦୀପ ଉଠିବ । ବର୍ଷକେ ଏହି ତିନି ଦିନ ଠାକୁରଙ୍କ ମନୋରମ ବେଶ ଓ ଶ୍ରାଦ୍ଧ ନୀତି ଦେଖିବାକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି ।