ଶୀତଦିନିଆ ସୁପ୍
ସାଧାରଣତଃ ଶୀତ ଦିନେ କମ୍ ଶୋଷ ଲାଗିଥାଏ । ଫଳରେ ଶରୀରରେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇଥାଏ । ଏମିତିରେ ସୁପ୍ ହେଉଛି ଏଭଳି ଏକ ଖାଦ୍ୟ ଯାହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ତ୍ୱଚାରେ ଚମକ ଆଣିଥାଏ ।

୧. ମୁଗ ଡାଲି ସୁପ୍: ଡାଲି ହେଉଛି ପ୍ରୋଟିନର ଏକ ଉତ୍ତମ ସୋର୍ସ । ମୁଗ ଡାଲିରେ ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଅନ୍ୟ ପ୍ରକାର ପୋଷକ ତତ୍ୱ ରହିଛି । ଆପଣ ଚାହିଁଲେ କେବଳ ମୁଗ ଡାଲି ସୁପ୍ କିମ୍ବ ଅନ୍ୟ ପରିବା ସହ ମିଶାଇ ସୁପ୍ ପ୍ରସ୍ତୁତ କରିପାରିବେ ।
୨. ଚିକେନ୍ ସୁପ୍: ଚିକେନ୍ ସୁପ୍ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଏହା ସହ ମାଂସପେଶୀକୁ ମଜବୁତ ଏବଂ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଅଦା, ରସୁଣ ଏବଂ ଅନ୍ୟାନ୍ୟ ମସଲା ମିଶାଇ ମଧ୍ୟ ପ୍ରସ୍ତୁତ କରିପାରିବେ
୩. ଟମାଟୋ ସୁପ୍: ଟମାଟୋରେ ଭିଟାମିନ୍ ‘ସି’, ଭିଟାମିନ୍ ‘ଏ’, ଭିଟାମିନ୍ ‘କେ’ ଏବଂ ଅନ୍ୟ ପୋଷକ ତତ୍ୱ ରହିଛି । ଦୃଷ୍ଟି ଶକ୍ତି ଏବଂ ଓଜନ ହ୍ରାସ କରିବାରେ ଏହା ସହାୟକ ହୋଇଥାଏ ।
୪. ମିକ୍ସ ଭେଜ୍ ସୁପ୍: ନିରାମିଷ ବ୍ୟକ୍ତିଙ୍କ ପାଇଁ ଭେଜିଟେବୁଲ ସୁପ୍ ବେଶ ଉତ୍ତମ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ପ୍ରକ୍ରିଆକୁ ମଜବୁତ ରଖିଥାଏ ।