ଶିବଙ୍କୁ କିପରି କରିବେ ପ୍ରସନ୍ନ !

ସୋମବାରରେ ଶିବଙ୍କ ଉପାସନା କରାଯାଏ। ତେବେ ଆଜିର ଦିନରେ ଶିବକୁ ପୂଜା କରି ସମସ୍ତେ ଶୁଭଫଳ ପାଇଥାନ୍ତି। ତେବେ ଏହି ପୂଜାର୍ଚ୍ଚନା ସହ ଯଦି ଆପଣ ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରନ୍ତି ତେବେ। ଆପଣଙ୍କର ସମସ୍ତ ମନସ୍କାମନ ପୂର୍ଣ୍ଣ ହେବ, ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର ବିଷୟରେ..“ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷର ମନ୍ତ୍ର ଏବଂ “ଓଁ ନମଃ ଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାର ମନ୍ତ୍ର । ପ୍ରତ୍ୟେକ ଶିବ ଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି । କୁହାଯାଏ ଏହି ମନ୍ତ୍ର ଜପ କଲେ ସର୍ବ ପାପ କ୍ଷୟ ହୋଇଥାଏ ।ସ୍କନ୍ଦ ପୁରାଣରେ କୁହାଯାଇଛି ଯେ “ଯାହାର ହୃଦୟରେ “ନମଃ ଶିବାୟ” ଓ “ଓଁ ନମଃ ଶିବାୟ” ମନ୍ତ୍ର ବାସ କରେ, ତାଙ୍କୁ ଅନ୍ୟ ମନ୍ତ୍ର, ତୀର୍ଥ, ତପସ୍ୟା, ଯଜ୍ଞର କୌଣସି ଆବଶ୍ୟକତା ନାହିଁ” ।ଅକାଳମୃତ୍ୟୁ ଭୟ ରହୁଥିଲେ ପ୍ରତି ଶନିବାର ଦିନ ଅଶ୍ୱସ୍ଥ ବୃକ୍ଷକୁ ସ୍ପର୍ଶ କରି ଶିବ ପଞ୍ଚାକ୍ଷରୀ ମନ୍ତ୍ରକୁ ୧୧ ଥର ଜପିଲେ ଏହି ଭୟ ନାଶ ହୁଏ ବୋଲି ଶାସ୍ତ୍ରରେ ଲେଖା ରହିଛି ।

-ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରରେ ଏହି ପଞ୍ଚାକ୍ଷରୀ ମନ୍ତ୍ର କୁ ଶିବଙ୍କୁ ଧ୍ୟାନ କରି ୧ଲକ୍ଷ ଥର ଜପ କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ।

-ବିଦ୍ୟା ଓ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଶିବ ପଞ୍ଚାକ୍ଷର ମନ୍ତ୍ରକୁ ୧୧ ଥର ଜପ କରି ଆଞ୍ଜୁଳିରେ ପାଣି ନେଇ ଶିବଲିଂଗରେ ଅଭିଷେକ କରନ୍ତୁ ।

-ପ୍ରତିଦିନ ୧୦୮ ଥର ଶିବ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଜଳ ଚଢ଼େଇଲେ ଦୀର୍ଘଦିନର ପୁରାତନ ରୋଗରୁ ଉପଶମ ମିଳିବା ସହ ଆରୋଗ୍ୟ ପ୍ରାପ୍ତ ହୁଏ ।

Leave a Reply

Your email address will not be published. Required fields are marked *