ଲଞ୍ଚ ହେବ ହୁଣ୍ଡାଇ କ୍ରେଟା ଇଭି
ଖୁବ ଶୀଘ୍ର ଏହାର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ବର୍ତ୍ତମାନ ଭାରତୀୟ ବଜାରରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଜାନୁଆରୀ ୨୦୨୫ ରେ କମ୍ପାନୀ ଦ୍ୱାରା ଏହି ଗାଡି ଲଞ୍ଚ ହେବ । ଅଟୋ ଏକ୍ସପୋ ୨୦୨୫ ରେ ଏହା ଲଞ୍ଚ ହେବ ବୋଲି ଆଶା କରାଯାଉଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଏହି ସୂଚନା ଦେଇନାହିଁ ।ଲଞ୍ଚ ପୂର୍ବରୁ, କ୍ରେଟା ଇଭି ଭାରତର ବିଭିନ୍ନ ପରିସ୍ଥିତିରେ ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ଏହା ଅପଡେଟ୍ ମଧ୍ୟ ହେବ ।

ଟେଷ୍ଟିଂ ସମୟରେ ଏହା ଅନେକ ଥର ସ୍ପଟ୍ ମଧ୍ୟ ହୋଇଛି । ଯେଉଁଥିରେ ଏହାର ଫ୍ରଣ୍ଟ୍ ଲୁକ୍ ବିଷୟରେ ସୂଚନା ଉପଲବ୍ଧ । ଖବର ଅନୁଯାୟୀ, ICE ଭର୍ସନ ତୁଳନାରେ ଏସୟୁଭିର ଇଲେକ୍ଟ୍ରିକ ଭର୍ସନକୁ ଏକ ଭିନ୍ନ ଫ୍ରଣ୍ଟ ଦିଆଯିବ । ଏଥିରେ ଫ୍ରଣ୍ଟ୍ ଗ୍ରିଲ୍ ବଦଳରେ ଖାଲି ଅଫ୍ ଗ୍ରିଲ୍ ବ୍ୟବହାର କରାଯିବ । ଏହା ସହିତ, ଫ୍ରଣ୍ଟରେ ଆଉ କିଛି ପରିବର୍ତ୍ତନ କରାଯାଇପାରେ ।ଏହାର ଫ୍ରଣ୍ଟରେ ଚାର୍ଜିଂ ପୋର୍ଟ ପାଇଁ ସ୍ଥାନ ଯୋଗାଇ ଦିଆଯିବ ଏବଂ ଏହାର ଆଲଏ ହ୍ଵିଲ୍ ଗୁଡିକ ଡିଜାଇନରେ ଭିନ୍ନ ହେବ । ରିୟର ପ୍ରୋଫାଇଲରେ ମଧ୍ୟ କିଛି ଛୋଟ ପରିବର୍ତ୍ତନ କରାଯାଇପାରେ । ରିପୋର୍ଟ ଅନୁଯାୟୀ, ଏହାକୁ ୧୦. ୨୫ ଇଞ୍ଚ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ୧୦. ୨୫ ଇଞ୍ଚ ଇନଫୋଟେନ୍ମେଣ୍ଟ ସିଷ୍ଟମ୍, ସେଣ୍ଟ୍ରାଲ୍ କନସୋଲରେ ବଟନ୍ ପ୍ୟାନେଲ୍, ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, USB ଚାର୍ଜିଂ ପୋର୍ଟ, କି-ଲେସ୍ ଏଣ୍ଟ୍ରି, ରିୟର ଏସି ଭେଣ୍ଟସ୍, ୱାୟରଲେସ୍ ଫୋନ୍ ଚାର୍ଜର ଭଳି ଫିଚର୍ସ ଯୋଗାଇ ଦିଆଯିବ ।
