ରେକର୍ଡ ଭାଙ୍ଗିଲେ ବୁମରା

ଚଳିତ ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବୁମରା ରାଙ୍କିଂର ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କ ଉପରେ ରବାଡା ଓ ଜୋଶ ହାଜେଲଉଡ ରହିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ବିଜୟ ପରେ ବୁମରା ନଂ ୧ ସ୍ଥାନ ଅଧିକାର କରିଛନ୍ତି ।

ଅନ୍ୟପକ୍ଷରେ ପର୍ଥ ଟେଷ୍ଟ ନ ଖେଳି ମଧ୍ୟ ଭାରତର ଭେଟରାନ ସ୍ପିନର ରବି ଅଶ୍ୱିନ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ରହିଛନ୍ତି । ୫ମରେ ଶ୍ରୀଲଙ୍କାର ପ୍ରଭାତ ଜୟସୂରିୟା ରହିଥିବା ବେଳେ ୬ଷ୍ଠରେ ପାଟ କମିନ୍ସ, ୭ମରେ ରବୀନ୍ଦ୍ର ଜାଡେଜା, ୮ମରେ ନାଥନ ଲାୟନ, ୯ମରେ ପାକିସ୍ତାନର ନୋମାନ ଅଲୀ ଓ ୧୦ରେ ମ୍ୟାଟ ହେନରୀ ରହିଛନ୍ତି ।ସେହିପରି ବ୍ୟାଟିଂରେ ଯଶସ୍ୱୀ ରାଙ୍କିଂରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି ଓ କ୍ୟାରିୟରର ଶ୍ରେଷ୍ଠ ରେଟିଂ ୮୨୫ ପଏଣ୍ଟ ହାସଲ କରିଛନ୍ତି । ଯଶସ୍ୱୀ ଅଷ୍ଟ୍ରେଲିଆ ବିପକ୍ଷରେ ୧୫ଟି ଚୌକା ଓ ୩ଟି ଛକା ବଳରେ ୧୬୧ ରନର ଇନିଂସ ଖେଳିଥିଲେ ।ଜୋ ରୁଟ ଓ ଯଶସ୍ୱୀଙ୍କ ପରେ ତୃତୀୟ ସ୍ଥାନରେ କେନ ୱିଲିୟମସନ, ୪ର୍ଥରେ ହ୍ୟାରୀ ବ୍ରୁକ, ୫ମରେ ଡାରେଲ ମିଚେଲ, ୬ଷ୍ଠରେ ଋଷଭ ପନ୍ତ, ୭ମରେ ଷ୍ଟିଭ ସ୍ମିଥ, ୮ମରେ ସାଉଦ ସକୀଲ, ୯ମରେ କାମିନ୍ଦୁ ମେଣ୍ଡିସ ଓ ୧୦ମ ସ୍ଥାନରେ ଟ୍ରାଭିସ ହେଡ ରହିଛନ୍ତି ।

Leave a Reply

Your email address will not be published. Required fields are marked *