ରିଲିଜ ପୂର୍ବରୁ ଧମାଲ କଲା ‘ପୁଷ୍ପା ୨’
ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି | ୫ ଡିସେମ୍ବରରେ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ଅଛି । ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚଣ୍ଡିଗଡ଼ ଭଳି ସହରରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି ।

ହାଇଦ୍ରାବାଦ ସହ ଚେନ୍ନାଇ ଏବଂ କୋଚ୍ଚିରେ ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇନାହିଁ । ଦିଲ୍ଲୀରେ ଟିକେଟର ମୂଲ୍ୟ ୧,୮୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି । ମୁମ୍ବାଇ ଏବଂ ବେଙ୍ଗଲୁରୁରେ ସବୁଠୁ ମହଙ୍ଗା ଟିକେଟ ୧,୬୦୦ ଟଙ୍କା ଏବଂ ୧,୦୦୦ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ଏହି ଫିଲ୍ମର ଆଡଭାନ୍ସ ବୁକିଂକୁ ଦେଖି, ବକ୍ସ ଅଫିସ ରେକର୍ଡ ଭାଙ୍ଗିର ସମ୍ଭାବନାମାନ ଦେଖିବାକୁ ମିଳିଛି ।