ରାଷ୍ଟ୍ରପତିଙ୍କ ପାଇଁ ନୀଳାଦ୍ରି ବିହାରରେ କଡ଼ା ସୁରକ୍ଷା

ବିମାନବନ୍ଦରରେ ପହଞ୍ଚିଲା ପରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ  କରିଥିଲେ। ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।

ବିମାନବନ୍ଦରରୁ ସେ ସିଧାସଳଖ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁର ଠାରେ ପହଞ୍ଚିବେ ଏବଂ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମରେ ଯୋଗଦେଲା ପରେ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱରସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୀଳାଦ୍ରି ବିହାର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା। କାର୍ଯ୍ୟକ୍ରମ ପୂର୍ବରୁ ଏଠାରେ ଆଣ୍ଟି ସାବୋଟାଜ ଚେକିଂ ଚାଲିଛି। 

Leave a Reply

Your email address will not be published. Required fields are marked *