ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ

ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ । ନାରାୟଣପୁର ଜିଲ୍ଳା କୋହକମେଟା ଜଙ୍ଗଲରୁ ଠାବ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ତିଆରି ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ନାରାୟଣପୁର ଡିଆରଜି ଓ ବିଏସଏଫ୍ ଯବାନଙ୍କ ମିଳିତ ଅପରେସନ ଦ୍ୱାରା ଏହି ଅପରେସନ୍ ସଫଳ ହୋଇପାରିଛି ।

ସୂଚନାରୁ ପ୍ରକାଶ ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରି ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ମାଓବାଦୀ ।

ୱେଲ୍ଡିଂ ଗ୍ୟାସ୍, ଗ୍ୟାସ୍ ସିଲିଣ୍ଡର ଓ ବନ୍ଧୁକ ତିଆରି ମେସିନ ସାହାଯ୍ୟରେ ତିଆରି କରୁଥିଲେ ଅସ୍ତ୍ରଶସ୍ତ୍ର ଯାହାକୁ ବିଏସଏଫ୍ ଜବତ କରିଥିବା ଜଣାପଡ଼ିଛି । ମାଓବାଦୀଙ୍କ ନିକଟରୁ ଦୁଇଟି ଟ୍ରଙ୍କ୍ ମଧ୍ୟ ଜବତ କରାଯାଇଥିଲା ଯେଉଁଥିରେ ଅସ୍ତ୍ରଶସ୍ତ୍ର ତିଆରି ସରଞ୍ଜାମ, ବିସ୍ଫୋରକ ସାମଗ୍ରୀ ଇତ୍ୟାଦି ଗଚ୍ଛିତ ରଖିଥିଲେ । 

Leave a Reply

Your email address will not be published. Required fields are marked *