ଭୃସଙ୍ଗ ପତ୍ର 

ଭୃସଙ୍ଗ ପତ୍ର କୌଣସି ଆୟୁର୍ବେଦିକ ଔଷଧଠାରୁ କମ ନୁହେଁ। ଏଥିରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଆଇରନ, କପର, କ୍ୟାଲସିୟମ, ଫସଫରସ, ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ। ଆପଣ ଦେଖିଥିବେ ଯେ, ଦକ୍ଷିଣ ଭାରତରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା..

ନିୟନ୍ତ୍ରଣ ରହିବ ଡାଇବେଟିସ: ଡାଇବେଟିସ ବା ମଧୁମେହ ରୋଗୀ ସକାଳୁ ଉଠି ଭୃସଙ୍ଗ ପତ୍ର ଚୋବାଇବା ନିହାତି ଆବଶ୍ୟକ। ଏଥିରେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ। ଆପଣ ଭୃସଙ୍ଗ ପତ୍ରକୁ ଖରାରେ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରି ସେବନ କରିପାରିବେ।

ମୋଟାପା ହେବ ଦୂର: ଯେଉଁ ଲୋକେ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ଲାଭଦାୟକ ରହିବ। ସକାଳୁ ଉଠିବା ପରେ ଏହାକୁ ଚୋବାଇବା ଦ୍ୱାରା ବଡି ଡିଟକ୍ସ ହେବା ସହ ମେଟାବଲିଜିମ ମଧ୍ୟ ବୁଷ୍ଟ ହେବ। ଏହାର କାରଣ ଓଜନ ହ୍ରାସ ପାଇବ।

Leave a Reply

Your email address will not be published. Required fields are marked *