ଭୁଶୁଡ଼ିଲା ସୁଡ଼ଙ୍ଗ
ବିଳମ୍ବିତ ରାତିରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମୁକୁନ୍ଦରା ହିଲ୍ସ ନିକଟରେ ନିର୍ମାଣ କରାଯାଉଥିବା ୮ ଲେନ୍ ବିଶିଷ୍ଟ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ କାଦୁଅ ମଧ୍ୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଛନ୍ତି। ରାତି ୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି ।

ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ୪ ଜଣ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯିବାରୁ ସେମାନଙ୍କ ଜୀବନରକ୍ଷା ସମ୍ଭବ ହୋଇପାରିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟ ଶମଶେର ସିଂହଙ୍କ ଘର ଡେରାଡୁନରେ ବୋଲି ଜଣାପଡ଼ିଛି। ମୋଦକ ଥାନା ଅଧିକାରୀ ଯୋଗେଶ କୁମାର ଶର୍ମା କହିଛନ୍ତି ଯେ ଖବର ପାଇବା ମାତ୍ରେ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ଦିଲ୍ଲୀର ବିଲ୍ଡକନ୍ କମ୍ପାନି ପକ୍ଷରୁ ଏହି ଟନେଲ ନିର୍ମାଣ କରାଯାଉଛି।
