ଭୁଲିବା ରୋଗ
ବୟସ ବଢ଼ିବା ସହିତ ଏହି ଲକ୍ଷଣଗୁଡିକ ଅତି ସାଧାରଣ, କିନ୍ତୁ କେତେକ ମେଡିସିନ୍ ଏହି ରୋଗର ଆଶଙ୍କା ବଢ଼ାଇପାରେ । ଏଥିମଧ୍ୟରେ କିଛି ସାଧାରଣ ମେଡିସିନ୍ ଅନ୍ତର୍ଭୁକ୍ତ, ଯାହାକୁ ଆମେ ପ୍ରାୟତଃ ବ୍ୟବହାର କରୁ ।ଯଦିଓ ଏହି ଔଷଧଗୁଡିକ ତୁରନ୍ତ ପ୍ରଭାବରେ ନିରାପଦ ମନେହୁଏ, ଏହାକୁ ଦୀର୍ଘ ସମୟ ଧରି ଗ୍ରହଣ କରିବା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

ଆସନ୍ତୁ ଜାଣିବା ସେହି ପାଞ୍ଚଟି ସାଧାରଣ ଔଷଧ ଯାହା ଡିମେନ୍ସିଆର କାରଣ ହୋଇପାରେବେନାଡ୍ରିଲ୍ ହେଉଛି ଏକ ସାଧାରଣ ଆଣ୍ଟିହାଇଷ୍ଟାମାଇନ୍, ଯାହା ଆଲର୍ଜି ଏବଂ କାଶର ଚିକିତ୍ସାରେ ବ୍ୟବହୃତ ହୁଏ । ତଥାପି, ଏହି ଔଷଧ ମସ୍ତିଷ୍କ ଉପରେ ପ୍ରଭାବ ପକାଇପାରେ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଡିମେନ୍ସିଆର ଆଶଙ୍କା ବଢ଼ାଇପାରେ । ବିଶେଷକରି ବୃଦ୍ଧମାନଙ୍କ କ୍ଷେତ୍ରରେ ଏହା ଏକ ବଡ଼ ବିପଦ ସୃଷ୍ଟି କରିପାରେ ।
ଓମେପ୍ରାଜୋଲ୍ :-ଓମେପ୍ରାଜୋଲ ହେଉଛି ଏକ ପ୍ରୋଟନ୍ ପମ୍ପ ଇନହିବିଟର, ଯାହାକୁ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (ଜିଇଆରଡି) ପରି ପେଟ ସମସ୍ୟାକୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ । ଏହି ଔଷଧ ପେଟରେ ଥିବା ଅମ୍ଳତାକୁ ହ୍ରାସ କରିଥାଏ, କିନ୍ତୁ ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପଡିଥାଏ, ଯାହା ଡିମେନ୍ସିଆର ଆଶଙ୍କା ବଢ଼ାଇଥାଏ ।ବେଞ୍ଜୋଡିଜେପିନ୍ସ :-ଚିନ୍ତା ଏବଂ ଅନିଦ୍ରା ଚିକିତ୍ସା ପାଇଁ ଡିଆଜେପାମ (ଭାଲିୟମ୍) ଏବଂ ଆଲପ୍ରାଜୋଲାମ (ଜାନକ୍ସ) ପରି ବେଞ୍ଜୋଡିଜେପିନ୍ ବ୍ୟବହାର କରାଯାଏ । ଯଦିଓ ଏହି ଔଷଧଗୁଡିକ ତୁରନ୍ତ ଆରାମ ପ୍ରଦାନ କରିଥାଏ, ତାହାର ଦୀର୍ଘକାଳୀନ ବ୍ୟବହାର ସ୍ମୃତି ଶକ୍ତି ହ୍ରାସ, ମାନସିକ ବିକୃତି ଏବଂ ଡିମେନ୍ସିଆ ଭଳି ସମସ୍ୟା ସୃଷ୍ଟି କରିପାରେ ।ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟସ୍ :-ଏହି ଔଷଧଗୁଡିକ କ୍ରନିକ୍ ଡିପ୍ରେସନ୍ ଏବଂ ଚିନ୍ତାର ଚିକିତ୍ସାରେ ବ୍ୟବହୃତ ହୁଏ । ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଯେପରିକି ଆମିଟ୍ରିପଟାଇନ୍ ଏବଂ ଇମିପ୍ରାମାଇନ୍ ମସ୍ତିଷ୍କରେ ନ୍ୟୁରୋଟ୍ରାନ୍ସମିଟରକୁ ପ୍ରଭାବିତ କରିଥାଏ ।