ଭୁବନେଶ୍ବରରେ ପହଞ୍ଚିଲେ ଏନ୍‌ଏସ୍‌ଏ ଅଜିତ 

ଭୁବନେଶ୍ୱର : ୫୯ତମ ଡିଜି-ଆଇଜି ସମ୍ମିଳନୀ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହୋଇ ଡିସେମ୍ବର ୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ। ଏଥିରେ ଯୋଗଦେବା ପାଇଁ ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ଏନଏସ୍‌ଏ ଅଜିତ ଡୋଭାଲ। ଏହି ଅବସରରେ କମିଶନରେଟ ପୋଲିସ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଅପରାହ୍ନ ୪ଟା ୨୦ରେ ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ା ଗୁରୁବାର ଭୁବନେଶ୍ୱରରେ ୩ଟି ରାଜ୍ୟର ପ୍ରତିନିଧିଙ୍କ ସମେତ ପ୍ରାୟ ୩୦ରୁ ଅଧିକ ଅଧିକାରୀ ପହଞ୍ଚି ସାରିଲେଣି। ଗୋଇନ୍ଦା ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଞ୍ଚି ସାରିଛନ୍ତି। ତେଣୁ ସମସ୍ତଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରି କି ଅତିଥିଙ୍କୁ ସ୍ବାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି। 

Leave a Reply

Your email address will not be published. Required fields are marked *