ବାଲିଯାତ୍ରାରେ ରିଲିଜ ହେଲା ‘ଘମାଘୋଟ’ ଫିଲ୍ମର ପୋଷ୍ଟର

କଟକ: ଅନେକ ଦିନରୁ ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । କାଲି ରାତିରେ କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାରେ ଏହାର ପ୍ରଥମ ପୋଷ୍ଟର କରାଯାଇଥିଲା ରିଲିଜ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି କୌଶିକ ଦାସ୍ ଓ ରାମ ପଟ୍ଟନାୟକ । ସହ ପ୍ରଯୋଜନାରେ ରହିଛନ୍ତି କୌତ୍ସବ ଦାସ୍ ।

ଫିଲ୍ମରେ ଭରି ରହିଛନ୍ତି ଅନେକ ଷ୍ଟାର କାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି । ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ତପି ମିଶ୍ର, ଆକାଶ ହୋତା , ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜୋଣ୍ଟି, ଏମୋନ ପ୍ରଧାନ ଓ ବିଭାସ ରହିଛନ୍ତି । ଏହା ସହିତ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୁର୍ଯ୍ୟଜୀତ୍ ।

Leave a Reply

Your email address will not be published. Required fields are marked *