ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଗତ ସପ୍ତାହରେ ବାଂଲାଦେଶ ପୁଲିସ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ତାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଂଲାଦେଶରେ ନିୟମିତଭାବେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଭାରତରେ ଦାବି ହେଉଛି ।

ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ଆକ୍ରମଣ, ହତ୍ୟା, ଲୁଟ୍, ନିଆଁ ଲଗାଇବା ଏବଂ ମହିଳାଙ୍କ ଉପରେ ଅମାନବୀୟ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ନିନ୍ଦା କରୁଛି। ବର୍ତମାନର ବାଂଲାଦେଶ ସରକାର ଓ ଅନ୍ୟାନ୍ୟ ଏଜେନ୍ସି ଏହାକୁ ରୋକିବା ପରିବର୍ତ୍ତେ କେବଳ ନିରବ ଦର୍ଶକ।

Leave a Reply

Your email address will not be published. Required fields are marked *