ବରଗଡ଼ ଧନୁଯାତ୍ରାର ନୂଆ କଂସ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନକୁ ନେଇ ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି । କଂସ ଚୟନ ପ୍ରକ୍ରିୟାରେ ୪ ଜଣ କଳାକାର ଅଂଶଗ୍ରହଣ କରିଥିବା ବେଳେ ୩ ଜଣ ବିଚାରକ ରହିଥିଲେ ।

କଂସ କଳାକାର ଭାବେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁନୀଲ କୁମର ମେହେର ଅଂଶଗ୍ରହଣ କରି ନିଜ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ତେବେ ଏହା ମଧ୍ୟରେ ଆସିଛି ଫାଇନାଲ ଫଳାଫଳ ।

୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଭୁବନେଶ୍ୱର ପ୍ରଧାନ । ଜାନୁଆରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଭୁବନେଶ୍ୱର କଂସ ଭୂମିକାରେ ଅଭିନୟ କରିବେ । 

Leave a Reply

Your email address will not be published. Required fields are marked *