ବଢିଲା ମଧ୍ୟାହ୍ନ ଭୋଜନ

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ଦର ବଢାଇଲେ ରାଜ୍ୟ ସରକାର । ପ୍ରାଥମିକ ପିଲାଙ୍କ ପାଇଁ 7ଟଙ୍କା 64 ପଇସା ଖର୍ଚ୍ଚ ହେବ ।  ପୂର୍ବରୁ ଏହା 5 ଟଙ୍କା 90 ପଇସା ରହିଥିଲା । ଯଦି ଦେଖିବା ଏହି ମୂଲ୍ୟରେ ପାଖାପାଖି 2 ଟଙ୍କା ବୃଦ୍ଧି ହୋଇଛି । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ 10 ଟଙ୍କା 94 ପଇସା । ପ୍ରଥମରୁ ଏହା 8 ଟଙ୍କା 82 ପଇସା ରହିଥିଲା ।

ଡିସେମ୍ବର 1 ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ । କହିରଖୁଛୁ କି, ପୂର୍ବରୁ 1 ଟଙ୍କା ବୃଦ୍ଧି କରିଥିଲେ ସରକାର । କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ସୁରଭିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *