ବଢ଼ିବ ଶୀତ
ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ ।

୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୬, ୭ ଓ ୧୦ରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।