ବଢ଼ିବ ବିଧାୟକଙ୍କର ଦରମା ଓ ପେନସନ୍

ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପାଇଁ ନୂଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଅନେକ ସଦସ୍ୟ ସ୍ଥାନ ପାଇଛନ୍ତି । ଏହି କମିଟିରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ଦରମା, ପେନସନ୍ ବୃଦ୍ଧି ପାଇଁ ପୂର୍ବ ସରକାର ଅମଳରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ କମିଟି ଗଠନ ହେବା ସହ ସେ ସମ୍ପର୍କିତ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ଏବେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ନୂଆ କମିଟି ଗଠନ କରିଛନ୍ତି ।

Leave a Reply

Your email address will not be published. Required fields are marked *