ପୁଟିନଙ୍କ ନାଲି ଆଖି

ରୁଷ୍ ୟୁକ୍ରେନ୍ ଉପରେ କରିଛି ମିଶାଇଲ ମାଡ଼ । ମିଶାଇଲ ମାଡ଼ ଯୋଗୁ ଏବେ କିଭ୍ର ୧୦ ଲକ୍ଷରୁ ଅଧିକ ଘରର ବିଜୁଳି ଚାଲିଯାଇଛି । ଯାହାପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅନ୍ଧାରରେ ରହିଛନ୍ତି । ଏହାଥିଲା ରୁଷ୍ର ୟୁକ୍ରେନ୍ ଉପରେ ୧୧ତମ ମିଶାଇଲ ଆଟାକ୍ ।

ୟୁକ୍ରେନ୍ର ଲାର୍ଜ ସ୍କେଲ ଏନର୍ଜି ସପ୍ଲାଏ ପ୍ଲାଣ୍ଟ ଉପରେ ମିଶାଇଲ ମାଡ଼ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ବିଜୁଳି ଚାଲିଯାଇଥିବା କୁହାଯାଇଛି । ଅନ୍ୟପକ୍ଷେ ମିଶାଇଲ ମାଡ଼ରେ ୟୁକ୍ରେନର ୧୭ ଟି ସ୍ଥାନ ଧ୍ୱସ୍ତ ହୋଇଥିବା ପୁଟିନ୍ କରିଛନ୍ତି । ଏଥିସହ ଆଗାମୀ ଦିନରେ ସମାନ ପରିସ୍ଥିତି ଉପୁଜିବାର ଅଧିକ ଆଶଙ୍କା ଥିବା କହି ୟୁକ୍ରେନକୁ ତାଗିଦ୍ ମଧ୍ୟ କରିଛନ୍ତି ପୁଟିନ୍ ।

କାଜାକସ୍ତାନରେ ଆୟୋଜିତ ସୁରକ୍ଷା ସମିତିରେ ଗୁରୁବାର ଯୋଗଦେଇ ପୁଟିନ୍ କହିଛନ୍ତି ଯେ, ଆମେରିକାର ଏଟିଏସିମ୍ସି ମିଶାଇଲ ଆକ୍ରମଣ କରିବା ନେଇ ୟୁକ୍ରେନ୍ ଯେଉଁ ଡରାଣ ଦେଖାଉଥିଲା ତା ଜବାବ୍ରେ ରୁଷିଆ କିଭ୍ ଉପରକୁ ମିଶାଇଲ ମାଡ଼ କରିଛି । ଏହାବ୍ୟତୀତ ଆଗାମୀଦିନରେ ରୁଷ ନିଜର ନୂଆ ଓରେସନିକ୍ ମିଡିୟମ୍ ରେଞ୍ଜ ବାଲିଷ୍ଟିକ୍ ମିଶାଇଲ ଦ୍ୱାରା କିଭ୍ ଉପରକୁ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି ।

Leave a Reply

Your email address will not be published. Required fields are marked *