ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍ଘାଟନ କଲେ ରାଷ୍ଟ୍ରପତି
ଭୁବନେଶ୍ୱରର ନବ ନିର୍ମିତ ଜୁଡିସିଆଲ କମ୍ପ୍ଲେକ୍ସର ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଉପସ୍ଥିତ ରହିଥିଲେ।୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଅତ୍ୟାଧୁନିକ କୋର୍ଟ ବିଲ୍ଡିଂରେ ୫୫ଟି କୋର୍ଟରୁମ୍ ସହିତ ବିଚାରପତିମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି। କୋଠାଟି ସେଣ୍ଟ୍ରାଲ ଏୟାର କଣ୍ଡିଶନର୍ ଲାଗିଛି।
