ନୂଆବର୍ଷ ରୁ ୫ ସହରକୁ ଉଡ଼ିବ ବିମାନ

ଭୁବନେଶ୍ୱର : ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ ।  ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ । ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ ।

ସପ୍ତାହରେ ଇନ୍ଦୋରକୁ ୪ ଦିନ ଓ ଡେରାଡୁନକୁ ୩ ଦିନ ଉଡ଼ିବ ବିମାନ । ଜାନୁଆରୀ ୧ ରୁ ଭୁବନେଶ୍ବର ଏୟାରପୋର୍ଟରୁ ଏହି ଦୁଇ ସ୍ଥାନକୁ ଇଣ୍ଡିଗୋ ବିମାନ ଚଳାଚଳ କରିବ ।  ସେହିଭଳି ଭୁବନେଶ୍ବର ଏୟାରପୋର୍ଟରୁ ୩ ନୂଆ ସହରକୁ ଉଡ଼ିବ ବିମା ନ। ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଏବଂ କୋଚିନ୍ କୁ ସପ୍ତାହରେ ୭ ଦିନ ଉଡ଼ିବ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *