ନାଚିଲେ ରାଷ୍ଟ୍ରପତି

ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି।

ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଆଜି ନିଜ ଗାଁ ମୟୂରଭଞ୍ଜର ଉପରବେଡ଼ା ଗସ୍ତରେ ଆସିଛନ୍ତି। ଏହା ପୂର୍ବରୁ ସକାଳେ ଭୁବନେଶ୍ବରରେ କିଛି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି। ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *