ନଦୀରେ ଓଲଟିଲା ଡଙ୍ଗା

ନାଇଜର ନଦୀରେ ଓଲଟିଲା ଡଙ୍ଗା । ବଜାରକୁ ଖାଦ୍ୟ ନେଇ ଯାଉଥିବା ସମୟରେ ଅଚାନକ ଡଙ୍ଗା ଓଲଟି ପଡ଼ିବା ଫଳରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୧୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି ।ଡଙ୍ଗାରେ ପାଖାପାଖି ୨୦୦ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେମାନେ କୋଗୀ ରାଜ୍ୟରୁ ପଡ଼ୋଶୀ ରାଜ୍ୟ ନାଇଜରକୁ ଯାଉଥିଲେ ।

ମାତ୍ର ଅଧାବାଟରେ ଘଟିଥିଲା ଏପରି ଏକ ଅଘଟଣ । ତେବେ ଏହି ଅଘଟଣ ପରେ ନଦୀରୁ ୨୭ ଜଣଙ୍କ ଶବ ଜବତ କରାଯାଇଛି । ଏଥିସହିତ ଅନ୍ୟ ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି ।ଘଟଣା ଘଟିବାର ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନଥିଲା । ଡଙ୍ଗାଟିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ ବୋଲି କୁହାଯାଉଛି । ସେହି କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସନ୍ଦେହ କରାଯାଉଛି । ତେବେ ଡଙ୍ଗା ବୁଡିଥିବା ସ୍ଥାନ ଅତି ଗଭୀର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ।  ଡଙ୍ଗାରେ ଅଧିକାଂଶ ମହିଳା ଥିଲେ । ସେମାନେ ବଜାରରେ ଖାଦ୍ୟ ସାମଗ୍ରୀ ବିକ୍ରି ପାଇଁ ଯାଉଥିଲେ ।

Leave a Reply

Your email address will not be published. Required fields are marked *