ଧୋନୀଙ୍କୁ ଝଟକା

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଏକ ଝଟକା ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଗୁରଜପନୀତଙ୍କ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ହାର୍ଦ୍ଦିକ ଏହାର ସଂକେତ ଦେଇଛନ୍ତି ।ସୟଦ ମୁସ୍ତକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ତାମିଲନାଡୁ ଏବଂ ବରୋଦା । ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ।

ମାତ୍ର ୨୦ ବଲରୁ ଅର୍ଦ୍ଧଶତକ ହାସଲ କରି ଦଳକୁ ଦମଦାର ବିଜୟ ଭେଟି ଦେଇଛନ୍ତି । ତାମିଲନାଡୁର ୨୨ ରନ ଟାର୍ଗେଟକୁ ପିଛା କରି ବରୋଦା ସଂଘର୍ଷ କରୁଥିଲା । ୧୫୨ ରନରେ ୬ ୱିକେଟ ହରାଇବା ପରେ ଦଳର ବିଜୟକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖତରନାକ ବ୍ୟାଟିଂ ଆରମ୍ଭ କରିଥିଲେ । ଶେଷ ୨୬ ବଲରୁ ୭୦ରନର ଆବଶ୍ୟକତା ଥିବା ବେଳେ ହାର୍ଦ୍ଦିକ ଗୋଟିଏ ଓଭରରେ ଖେଳର ମୋଡ଼ ବଦଳାଇ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲରଙ୍କ ଓଭରରେ ୨୯ ରନ୍ ସଂଗ୍ରହ କରିଛନ୍ତି ହାର୍ଦ୍ଦିକ ।

Leave a Reply

Your email address will not be published. Required fields are marked *