ଦିଲ୍ଲୀରୁ ଲଢ଼ିପାରନ୍ତି ଅୱଧ ଓଝା

ଆମ୍ ଆଦମୀ ପାର୍ଟି(ଆପ୍‌)ରେ ସାମିଲ ହୋଇଛନ୍ତି ଅୱଧ ଓଝା। ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଏହି ସମୟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ ।

ଦିଲ୍ଲୀର ଶିକ୍ଷା କ୍ରାନ୍ତିରୁ ପ୍ରଭାବିତ ହୋଇ ଅୱଧ ଦଳରେ ସାମିଲ ହୋଇଥିବା ମନୀଷ ଦଳ ତରଫରୁ କହିଥିଲେ । ଆମ ପ୍ରୟାସକୁ ଆହୁରୀ ଆଗକୁ ନେବା ପାଇଁ ତାଙ୍କୁ ଆପ୍ ପରିବାରକୁ ସ୍ୱାଗତ ଜଣାଉଛି । ଦଳରେ ସାମିଲ ହୋଇ ଅୱଧ ଓଝା କହିଥିଲେ, ‘ଦଳରେ ସାମିଲ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ବିକାଶ । ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆ ମୋତେ ରାଜନୀତିରେ ଶିକ୍ଷା ବିଭାଗର ଦାୟିତ୍ୱ ଦେଇଛନ୍ତି ।’ କହିରଖୁଛୁ ଉତ୍ତରପ୍ରଦେଶର ଗୋଣ୍ଡା ସହରର ସେ ଜଣେ ଶିକ୍ଷକ ଏବଂ ମୋଟିଭେସନାଲ ସ୍ପିକର । ଉକ୍ତ ଅଞ୍ଚଳରେ ସେ ଓଝା ସାର ଭାବରେ ବେଶ ଲୋକପ୍ରିୟ । ଆପରେ ସାମିଲ ହେବା ପରେ ଅୱଧ ଓଝା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିପାରନ୍ତି ।

Leave a Reply

Your email address will not be published. Required fields are marked *