ଡ୍ରୋନ ଜଗିଛି : ଓଡିଶା ହେବ ଗଞ୍ଜେଇ ମୁକ୍ତ
ଗଞ୍ଜେଇ ଚାଷ କରୁଥିଲେ ସାଵଧାନ । ନିଶା ମାଫିଆଙ୍କ ବିଲ ଉପରେ ଉଡୁଛି ଡ୍ରୋନ । ନଷ୍ଟ ହେଉଛି ଶହ ଶହ ଏକର ଚାଷ । ମାସକ ମଧ୍ୟରେ ୨୩୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଦେଖନ୍ତୁ ଏହି ରିପୋର୍ଟ ।
- ଗଞ୍ଜେଇ ଚାଷ ଓ ଚାଷୀଙ୍କ ବିରୋଧରେ ପୋଲିସର ମିଶନ ଦମନ
- ଡ୍ରୋନ ସାହାଯ୍ୟରେ ବିଲରୁ କଟାଯାଉଛି ଗଞ୍ଜେଇ ଗଛ
- ନିଶା ମାଫିଆଙ୍କ ବିରୋଧରେ ଖୁରାନିଆଙ୍କ ଜିରୋ ଟଲରାନ୍ସ\
ଆନ୍ତଃ ରାଜ୍ୟଚାଲାଣ ରୋକିବାକୁ ଏସପି ମାନଙ୍କୁ ଟାସ୍କ ଦେଲେ ଡିଜିପି
ଡ୍ରୋନ ଦ୍ୱାରା କରାଯିବ ଗଞ୍ଜେଇ ଚାଷ ନଷ୍ଟ। ଦେଖନ୍ତୁ ଏହି ଭିଜୁଆଲ। ରାଜ୍ୟରୁ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ଲକ୍ଷରେ ଓଡିଶା ପୋଲିସ । ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଟାର୍ଗେଟ ରଖିଥିବା ବେଳେ ଏବେ ପ୍ରତ୍ୟେକ ଦିନ ଏକର ଏକର ଗଞ୍ଜେଇ ଚାଷ କରାଯାଉଛି ନଷ୍ଟ । ରାଜ୍ୟ ପୋଲିସ୍, ଅବକାରୀ ବିଭାଗ, ରାଜସ୍ଵ ବିଭାଗ ପକ୍ଷରୁ ମିଳିତ ଭାବେ ଏବେ ଗଞ୍ଜେଇ ନଷ୍ଟ କରିବା ନେଇ ଗଠନ କରାଯାଇଛି ଯୁଗ୍ମ ଟାସ୍କଫୋର୍ସ । ରାଜ୍ୟର ୯ ଟି ଜିଲା ରେ ଏବେ ବହୁଳ ମାତ୍ରାରେ ଗଞ୍ଜେଇ ଚାଷ କରାଯାଉଥିବା ରିପୋର୍ଟ କହୁଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୁରଭଞ୍ଜ ଜିଲାରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ରାଜ୍ଯ ପୋଲିସ ଜାଣିବାକୁ ପାଇଛି । । ଯେଉଁଥିପାଇଁ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । ଡ୍ରୋନ ସହ ସାଟେଲାଇଟ ଚିତ୍ର ସାହାଯ୍ୟରେ ଗଞ୍ଜେଇ ଚାଷର ବିନାଶ ଆରମ୍ଭ କରିଛି ଓଡିଶା ପୋଲିସ ।
ନଭେମ୍ବର ୧ ତାରିଖରୁ ଆଜି ଭିତରେ ୨୩୭୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ବେଳେ ୨୮ ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୫୪ ଟି NDPS ମାମଲାରେ ୫୩ ଶହ କେଜି ଗଞ୍ଜେଇ ଜବତ କରାଯାଇଛି । ବାହାରକୁ ଗଞ୍ଜେଇ ଚାଲାଣ ବେଳେ ୨୦ ଟି ଗାଡି ସହ ୧୫ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି । ଏପର୍ଯ୍ୟନ୍ତ ୮୦ ଜଣ ବେପାରୀଙ୍କୁ ମଧ୍ୟ ଜବତ କଟାଯାଇଛି । ଓଡିଶା ଗଞ୍ଜେଇର ରାଜ୍ୟ ବାହାରେ ଚାହିଦା ଥିବାରୁ ପୂର୍ବ ଦିନ ମାନଙ୍କରେ ବିପୁଳ ନିଳଜହର ବାହାରକୁ ଚାଲାଣ ହେଉଥିଲା । ଏହି କାରବାରରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ବିଭିନ୍ନ ଜିଲ୍ଲାର SP ଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।
ନକ୍ସଲ ମାନେ ମୁଖ୍ୟତଃ ଗଞ୍ଜେଇ କାରବାର ଉପରେ ନିର୍ଭରଶୀଳ ରୁହନ୍ତି ।ଏଣୁ ନିଲାଜହର ର ବିନାଶ ହେଲେ ଏହି ଆତଙ୍କି କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ବରିଷ୍ଠ ଅଫିସର ମାନଙ୍କୁ ସୂଚନା ଦେଇଛନ୍ତି ଡିଜିପି
