ଡିସେମ୍ବରରେ ହାଡଭଙ୍ଗା ଶୀତ!

ଭୁବନେଶ୍ବର : ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ତାପମାତ୍ରା 15 ଡିଗ୍ରୀରୁ କମ୍ ରହୁଥିବା ବେଳେ କେତେକ ସ୍ଥାନରେ ବରଫ ମଧ୍ୟ ପଡିଲାଣି । ତେବେ ନଭେମ୍ବର ମାସ ଶେଷ ହେବାକୁ ଯାଉଥିବା ବେଳେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା ।

ସୂଚନା ଅନୁସାରେ, ପ୍ରଶାନ୍ତ ମହାସାଗରରେ ଲ ନିନା ଇଫେକ୍ଟ ଦେଖିବାକୁ ମିଶିଛି । ଏହାର ପ୍ରଭାବରେ ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ । ଶୀତଳା ପବନ ବୋହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି । ଯଦି ଦେଖିବା ଭାରତରେ ଲ ନିନା ଇଫେକ୍ଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ୨୦୦୧ ମସିହାରେ ଲ ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ଦୀର୍ଘ 23 ବର୍ଷ ପରେ ଏହା ପୁଣି ଥରେ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଭାରତରେ 3 ମାସ ରହିବ । 

Leave a Reply

Your email address will not be published. Required fields are marked *