ଡିଜିପି କହିଲେ ସାବାସ ପିନାକ
ଲୁଟ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣାରେ କମିସନରେଟ ପୁଲିସକୁ ବଡ଼ ସଫଳତା I ଏହି ଅଭିଭିଯୁକ୍ତକୁ ଖୋଜି ଖୋଜି ପୁଲିସ ନୟାନ୍ତ ହୋଇ ନାକରେ ପାଣି ପିଇ ଆଣ୍ଠିଏ I ଧରିବାକୁ ସ୍ୱତନ୍ତ୍ର ଟିମ ସହ ୪୦୦ ସିସିଟିଭିକୁ ନେଇ ଛାନଭିନ କରିବା ପରେ, ମିଳିଥିଲା ଏହି ନୃଶଂସର ଠିକଣା I ଏ ହେଉଛି ଝାଡ଼ଖଣ୍ଡର ସେହି ଲୁଟେରା I ନାଁ – ରାଜା ନାଇଡୁ ଓରଫ ଝିଙ୍ଗିରୁ I ଦେଖନ୍ତୁ ସୁନା ଝାମ୍ପିବା ପରେ କେମିତି ଆଖି ପିଛୁଳାକେ, ବିଜୁଳି ବେଗରେ ଗାଏବ ହୋଇଯାଉଛି I ସବୁଠାରୁ ବଡ଼ କଥା ହେଉଛି ଏହି ଅଭିଯୁକ୍ତ ଲୁଟପାଟ ପାଇଁ ୪୦୦ କିଲୋମିଟର ଦୂର ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରରେ ଅପରେସନ କରି ପୁଣି ଝାଡ଼ଖଣ୍ଡ ଫେରାର ହୋଇଯାଇଥିଲା I ସିସିଟିଭିରୁ ସତ ବାହାରିବା ପରେ ସାମ୍ନାକୁ ଆସିଥିଲା ଏହି ସୈତାନର ସୂଚନା I
ସେଦିନ ଥିଲା 13 ନଭେମ୍ବର 2024 I
ସ୍ଥାନ ଏୟାରଫିଲଡ଼ ଥାନା ଲବଣଗିରି I ୟୁ. ବିଷ୍ଣୁ ପାତ୍ର ତାଙ୍କ ସ୍ୱାମୀଙ୍କ ସହ ମନ୍ଦିର ଯାଉଥିଲେ I ଲୁଟେରମାନେ ବେକରେ ଚେନ ଦେଖି ଝାମ୍ପିବାକୁ ଉଦ୍ୟମ କରିଥିଲେ I ଚେନ ନ ଛିଣ୍ଡିବାରୁ ବିଷ୍ଣୁ ସ୍କୁଟିରୁ ତଳକୁ ଖସି ପଡ଼ିଥିଲେ I ଆଉ ତାଙ୍କ ବେକରୁ ଚେନ ଝାମ୍ପି ଫେରାର ହୋଇଗଲେ I କିନ୍ତୁ ବିଷ୍ଣୁ ଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା I ଆଉ ପରେ ତାଙ୍କର ମୃତ୍ୟୁ ହୋଇଗଲା I ଯାହାକୁ ନେଇ ହତ୍ୟାକାଣ୍ଡ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା I ପ୍ରାୟ 12 ଦିନର ଅପରେସନ ପରେ ଝାଡ଼ଖଣ୍ଡରୁ ଏହି ଲୁଟେରାକୁ ଗିରଫ କରାଯାଇଛି I ଏ ଅଭିଯୁକ୍ତ ସୁନ୍ଦରପଦାର ଏକ ଆପାର୍ଟମେଂଟରେ ଭଡାଘରେ ରହିବା ସହ ଲୁଟ ପାଟ କରୁଥିଲା । ପୋଲିସ ଅଭିଯୁକ୍ତ ଠାରୁ ଲୁଟ ହୋଇଥିବା ସୁନାଚେନ , ଘଟଣା ଦିନ ପିନ୍ଧିଥିବା ପୋଷାକ , ମଟର ସାଇକେଲ ଜବତ କରିଛି । ପୂର୍ବରୁ ଅଭିଯୁକ୍ତ ନାଁ ରେ ଆର୍ମସ ଆକ୍ଟରେ ଏକ କେସ ନେଇ ସନ୍ଧାନ ମିଳିଥିବା ବେଳେ ତାର କ୍ରାଇମ ହିଷ୍ଟ୍ରି ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଲୁଟର ଶିକାର ମହିଳାଙ୍କ ମୃତ୍ୟୁ ନେଇ ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଥିଲେ ଡିସିପି ପିନାକ ମିଶ୍ର। ସ୍ପେଶାଲ ସ୍କ୍ବାଡ଼ ସହ ଗଢ଼ିଥିଲେ ୬ ଟି ଟିମ। ୪ ଟି ଟିମ ଓଡ଼ିଶାର ଝାରପଡା, ପୁରୀ, ନିମାପଡା, ଖୋର୍ଦ୍ଧା ଜେଲରେ ଚଢ଼ାଉ କରିଥିବା ବେଳେ ୨ ଟି ଝାଡ଼ଖଣ୍ଡରେ କରିଥିଲା ମାରାଥନ ରେଡ । ମୋଟ ୭୬ ହାର୍ଡକୋରଙ୍କୁ ହୋଇଥିଲା ପଚରାଉଚରା। ଝାଡ଼ଖଣ୍ଡରେ ନିର୍ବାଚନ ଥିଲେ ସୁଦ୍ଧା ସାଇଣ୍ଟିଫିକ ଅଫିସର ଓ ପୋଲିସ ସାହାଯୋଗରେ ଧରପଡିଥିଲା ରାଜା ନାଇଡୁ । ଖୁବଶୀଘ୍ର ଅଭିଯୁକ୍ତର ଟିଆଇ ପରେଡ଼ କରାଯିବ । ମୃତ ମହିଳାଙ୍କ ସ୍ୱାମୀ ଅଭିଯୁକ୍ତକୁ ଚିହ୍ନିବା ପରେ ତଦନ୍ତ ପ୍ରକ୍ରିୟା ବା ଦଣ୍ଡବିଧାନରେ ଏହା ସହାୟକ ହେବ ବୋଲି କହିଛନ୍ତି ଡିସିପି ।
ସେପଟେ ଗାଡ଼ି ଚଳାଉଥିବା ଅଭିଯୁକ୍ତ ଏବେବି ଫେରାର ରହିଛି I ଲୁଟେରା ରାଜାକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ବାଡ଼। ଅଭିଯୁକ୍ତ ପୋଲିସ ଆଗରେ କ୍ରାଇମ ସ୍ପଟରେ ବଖାଣିଛି ସେଦିନ ଘଟିଥିବା ଛାଟିଥରା କାହାଣୀ
