ଡାଇବେଟିସକୁ ନିୟନ୍ତ୍ରଣ
ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ଅଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ ସୁସ୍ଥ ରଖେ । ଗିଲୋଇର ଷ୍ଟିମ୍ ଏବଂ ମୂଳ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଗିଲୋଇକୁ ରସ ଭାବରେ ମଧ୍ୟ ପିଆଯାଏ । ତେବେ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗ ସହିତ ମଧ୍ୟ ଲଢ଼ିଥାଏ ।

ଯଦି ଆପଣଙ୍କର ମଧୁମେହ କିମ୍ବା ରକ୍ତରେ ଶର୍କରା ଅଛି, ତେବେ ଗିଲୋଇର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ । ମଧୁମେହରେ ପିଡିତ ଲୋକମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଗିଲୋଇ ରସ ପିଇଲେ ଏହା ରକ୍ତରେ ଶର୍କରାର ସ୍ତରକୁ ନିୟନ୍ତ୍ରଣ ରଖେ। ଗିଲୋଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅନେକ ରୋଗ ସହ ଲଢିଥାଏ । ଗିଲୋଇ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ରକ୍ତକୁ ସଂପୂର୍ଣ୍ଣ ପରିଷ୍କାର କରିଥାଏ । ଯଦି ତୁମେ ମୋଟାପଣକୁ ନେଇ ଚିନ୍ତିତ ତେବେ ଏହା ତୁମର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।
