ଟ୍ରମ୍ପ ଚାଇନାକୁ ଟାର୍ଗେଟ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ। ମେକ୍ସିକୋ ଏବଂ କାନାଡାରୁ ହଜାର ହଜାର ଲୋକ ଆମେରିକାରେ ପ୍ରବେଶ କରୁଛନ୍ତି ଏବଂ ସେମାନେ ସେମାନଙ୍କ ସହ ଡ୍ରଗ୍ସ ଆଣୁଛନ୍ତି। ଯଦି କାନାଡା ଏବଂ ମେକ୍ସିକୋ ଚାହାଁନ୍ତି, ସେମାନେ ଏହି ବେଆଇନ ପ୍ରବାସୀମାନଙ୍କୁ ଅଟକାଇ ପାରିବେ ଏବଂ ସେମାନଙ୍କର ମଧ୍ୟ ଏହା କରିବାର ଶକ୍ତି ଅଛି। ତେଣୁ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ଏବଂ ଯଦି କାନାଡା ଏବଂ ମେକ୍ସିକୋ ସେମାନଙ୍କ ସୀମା ଦେଇ ଆମେରିକାକୁ ଆସୁଥିବା ବେଆଇନ ପ୍ରବାସୀମାନଙ୍କୁ ବନ୍ଦ ନ କରନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *