ଟ୍ରମ୍ପଙ୍କ ପାଇଁ ଚିନ୍ତାରେ ଭାରତ
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଦେଇଛନ୍ତି ଖୋଲା ଧମକ। ଯାହା ଭାରତର ଚିନ୍ତା ବଢାଇଛି। ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଖୋଲାଖୋଲି ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକୀୟ ଡଲାରକୁ ଦୁର୍ବଳ କରିବା କିମ୍ବା ବଦଳାଇବା ପାଇଁ କୌଣସି ପ୍ରୟାସ କରାଯାଏ, ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ।

ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ନଅ ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ବ୍ରିକ୍ସର କିଛି ସଦସ୍ୟ ଦେଶ, ବିଶେଷତଃ ରୁଷିଆ ଏବଂ ଚାଇନା, ଆମେରିକୀୟ ଡଲାରର ବିକଳ୍ପ ଖୋଜୁଥିଲେ କିମ୍ବା ନିଜର ବ୍ରିକ୍ସ ମୁଦ୍ରା ସୃଷ୍ଟି କରିଥିଲେ। ଭାରତ ଏପର୍ଯ୍ୟନ୍ତ ଏହି ପଦକ୍ଷେପର ଅଂଶ ହୋଇନାହିଁ। ଶନିବାର ଟ୍ରମ୍ପ ଏଭଳି ପଦକ୍ଷେପ ବିରୋଧରେ ବ୍ରିକ୍ସ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରୁଥ ସୋସିଆଲ ଉପରେ ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ବ୍ରିକ୍ସ ଦେଶଗୁଡିକ ଡଲାରରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି।
